ଅମ୍ରୀତ ଧାରାରେ ଅମ୍ରୀତ ନାହିଁ କି ପାଣି ନାହିଁ : ଶୋଭା ପାଉଛି ସୁଦୃଶ୍ୟ ନାମ ଫଳକ
1 min read
ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ସମ୍ପ୍ରତି ତାପମାତ୍ରା ସହିତ ଖରାର ପ୍ରକୋପ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କଲୁଙ୍ଗା ଲାଏନ୍ସ କ୍ଲବ୍ ପକ୍ଷରୁ କ୍ରୀପା ପାଉଣ୍ଡେସନ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଅମ୍ରୀତ ଧାରା ନାମକ ଜଳଯୋଗାଣ କେନ୍ଦ୍ର। ଉଦ୍ଦେଶ୍ୟ ଥିଲା ପ୍ରବଳ ଖରା ଓ ତାତିରେ ପଥଚାରୀମାନଙ୍କୁ ପାନୀୟ ଜଳ ବଣ୍ଟନ। ଏଥିପାଇଁ କଲୁଙ୍ଗା ଲାଏନ୍ସ କ୍ଲବ୍ ପକ୍ଷରୁ ଭିନ୍ନ ଭିନ୍ନ ଦିନରେ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗଦେଇ ଏହି କେନ୍ଦ୍ର ସବୁକୁ ଲୋକାର୍ପିତ କରିଥିଲେ। କିନ୍ତୁ ଜୁନ ମାସର ପ୍ରଥମ ସପ୍ତାହରେ ଏହିସବୁ କେନ୍ଦରୁ କିଛି କେନ୍ଦ୍ରରେ ପାଣି ମିଳିବା ତ ଦୂରର କଥା ପାଣି ଯୋଗାଇବା ପାଇଁ ଥିବା ହାଣ୍ଡି ଗାୟବ। ଏଭଳି ସ୍ଥିତିରେ କେବଳ ସୁଦୃଶ୍ୟ ନାମ ଫଳ କିନ୍ତୁ ଠିକ୍ଠାକ୍ ରହିଥିବା ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି ‘ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ଭଳି’ କାର୍ଯ୍ୟ କରି ଏହାର ସଠିକ ପରିଚାଳନା ନକରିବା କେଉଁ ପ୍ରକାରର ସେବା।