ରାଉରକେଲାର ରେଳ ଯାତ୍ରୀମାନଙ୍କୁ ଶୀଘ୍ର ମିଳିବ ରାମ୍ପ୍‌ ର ସୁବିଧା

1 min read
Spread the love

ରାଉରକେଲା ରେଳବାଇ ଷ୍ଟେସନରୁ ଯାତ୍ରା କରୁଥିବା ସମସ୍ତ ରେଳ ଯାତ୍ରୀଙ୍କୁ ଶୀଘ୍ର ରାମ୍ପ୍‌ର ସୁବିଧା ପାଇବାକୁ ଯାଉଛନ୍ତି। ଏହା ଚଳପ୍ରଚଳ ଆରମ୍ଭ ହେବା ପରେ ନିଜ ନିଜର ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଉଥିବା ରେଳ ଯାତ୍ରୀମାନେ ସିଡ଼ି ଦେଇ ଠେଲାପେଲା ହେବାକୁ ପଡ଼ିବ ନାହି। ଏହି ନୂତନ ବ୍ୟବସ୍ଥା କାର୍ଯ୍ୟାରମ୍ଭ ହେଲେ ଶହ ଶହ ରେଳ ଯାତ୍ରୀଙ୍କୁ ନିଜ ନିଜ ଟ୍ରଲି ବ୍ୟାଗ, ସୁଟକେସ୍ ନେଇ ପ୍ଲାଟଫର୍ମ ୧ ରୁ ପ୍ଲାଟଫର୍ମ ୬ ମଧ୍ୟରେ ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାଉରକେଲା ରେଳ ଷ୍ଟେସନରେ ଯାତ୍ରୀ ସୁବିଧା କ୍ରମାଗତ ଭାବରେ ବିସ୍ତାର ହେଉଛି। ଏହି କ୍ରମରେ ରାମ୍ପ୍‌  ନିର୍ମାଣ ସହିତ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥରେ ପ୍ଲାଟଫର୍ମ ନମ୍ବର ୬ ର ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। କରୋନା ସମସ୍ୟା ଯୋଗୁଁ ଏହି ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ କିଛି ଦିନ ପ୍ରଭାବିତ ହୋଇଥିଲା। ଇତି ମଧ୍ୟରେ ରାଉରକେଲା ଷ୍ଟେସନରେ  ରାମ୍ପ୍‌ର ନିର୍ମାଣ କାମ ପ୍ରାୟ ସଂପୂର୍ଣ୍ଣ ହୋଇଯାଇଛି। ରଥ ଯାତ୍ରା ସୁଦ୍ଧା ଯାତ୍ରୀମାନେ ଏହି ନୂତନ ସୁବିଧା ପାଇବେ ବୋଲି ଆଶା କରାଯାଉଛି। 

ସୂଚନା ମୁତାବକ  ଯେ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଷ୍ଟେସନରେ ରେଳ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  ସେଥିପାଇଁ ପ୍ଲାଟଫର୍ମର ଉଭୟ ପାର୍ଶ୍ୱରେ ଟ୍ରେନ୍ ଠିଆ ହେବା ପରେ ଯାତ୍ରୀମାନଙ୍କ ପାଇଁ ଷ୍ଟେସନରେ ଫୁଟ ଓଭର ବ୍ରିଜ ଦେଇ ବାହାରିବା ସମସ୍ୟା ହେଉଛି। ଉତ୍ସବର ଋତୁରେ ଏହି ଅବସ୍ଥା ଆହୁରି ଖରାପ ହୋଇଯାଏ।  ଏହାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ରାଉରକେଲା ରେଳ ଷ୍ଟେସନରେ ଏକ ନୂତନ ପ୍ଲାଟଫର୍ମ ଏବଂ ରାମ୍ପ୍‌ ନିର୍ମାଣ କରିବାକୁ ଯୋଜନା କରିଥିଲେ।  ଏହି ନୂତନ ବ୍ୟବସ୍ଥା ଆରମ୍ଭ ହେଲେ ଯାତ୍ରୀମାନେ ଷ୍ଟେସନ ପରିସରରେ ସୁବିଧାରେ ଯାତାୟତ କରିପାରିବେ।

Leave a Reply

Your email address will not be published. Required fields are marked *

error: Content is protected !!