ବେପରୁଆ ମଣିଷଙ୍କୁ ବେପରୁଆ ପ୍ରଶାସନ : କହିବ କାହାକୁ ଶୁଣିବ କିଏ

1 min read
Spread the love

ରାଉରକେଲା ସ୍ମାର୍ଟ ସିଟିରେ ସବୁବେଳେ କିଛି କିଛି ନୂଆ ସ୍ମାର୍ଟ ଚିତ୍ର ଦେଖିବାକୁ ମିଳିଥାଏ। ଏହା ମଧ୍ୟରେ ରହିଛି ସହରର ମଧ୍ୟଭାଗରେ ଥିବା ଗୋପବନ୍ଧୁପାଲ୍ଲୀ-ମଧୁସୂଦନପାଲ୍ଲୀ-ମାଲଗୋଦାମ ରାସ୍ତା। ଏହି ରାସ୍ତାରେ ରହିଛି ରେଳବାଇ କଲୋନୀ। ଏହି କଲୋନୀକୁ ପ୍ରାୟ ସବୁଦିନ ବିଭିନ୍ନ ସ୍ଥାନରୁ ପରିବା ବିକ୍ରୟ କରିବା ପାଇଁ କିଛି ବ୍ୟକ୍ତି ଆସିଥାନ୍ତି। ଏହି ପରିବା ବିକ୍ରୟକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି ମହିଳାମାନେ ଅସୁରକ୍ଷିତ ଏବଂ ଅତ୍ୟନ୍ତ ସମ୍ବେଦନଶିଳ ଅବସ୍ଥାରେ ଅଟୋରେ ନିଜର ପରିବା ରଖି ଆସୁଥିବା ଦେଖିବାକୁ ମିଳିଛି। ଏ ନେଇ ପରିୟା ବିକ୍ରୟକାରୀମାନେ ସଚେତନ ମାହାଁନ୍ତି। ଏହା ସହିତ ସେମାନଙ୍କୁ ନେଇ ଆସୁଥିବା ଅଟୋ ଚାଳକ ମଧ୍ୟ ସଚେତନ ନଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼କଥା ହେଉଛି ଏହିଭଳି ଅସୁରକ୍ଷିତ ଗାଡ଼ିଚାଳନାକୁ ନିୟନ୍ତ୍ରଣ କରିବାକୁ ରହିଥିବା ପରିବହନ ଅଧିକାରୀ ବା ପୋଲିସ ଅଧିକାରୀ ମଧ୍ୟ ନୀରବ। ତେଣୁ କହିବା କାହାକୁ ଶୁଣିବ କିଏ? ବୋଲି   ଆଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!