ସେକ୍ଟର- ୧୯ ଫିଟ୍ନେସ ପାର୍କରେ ପତଞ୍ଜଳି ଯୋଗ ସମିତି ଦ୍ବାରା ଯୋଗାଭ୍ୟାସ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ସେକ୍ଟର-୧୯ ସ୍ଥିତ ଫିଟ୍ନେସ ପାର୍କରେ ପତଞ୍ଜଳି ଯୋଗ ସମିତି ଦ୍ବାରା ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ନିୟମିତଭାବେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଭ୍ୟାସ କଲେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଯୋଗ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ସୁସ୍ଥ ଓ ନୀରୋଗ ରହିବେ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଛି।

ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଉଭୟେ ମହିଳା ଓ ପୁରୁଷମାନେ ସ୍ୱତନ୍ତ୍ରଭାବେ ପ୍ରଶିକ୍ଷିତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ନିୟମିତ ଯୋଗାଭ୍ୟାସ କରୁଛନ୍ତି। ଯୋଗ ପ୍ରଶିକ୍ଷକ ପୁଷ୍ପିତା ମହାପାତ୍ରଙ୍କ ସୂଚନା ମୁତାବକ ନିୟମିତ ଯୋଗାଭ୍ୟାସ କରିବା ଦ୍ବାରା ରୋଗ ମୁକ୍ତି ହେବ ଓ ସୁସ୍ଥ ଓ ନିରୋଗ ରହିପାରିବେ। ଏହି ଯୋଗାଭ୍ୟାସ ଶିବିରରେ ବିଭିନ୍ନ ବର୍ଗର ମହିଳାମାନେ ମଧ୍ୟ ଯୋଗ ଦେଉଥିବା ଜଣାପଡ଼ିଛି। ଏହା ସହିତ ଉଭୟେ ମଧ୍ୟମ ବୟସ୍କ ଓ ବୟସ୍କ ପୁରୁଷମାନେ ମଧ୍ୟ ଏଥିରେ ଯୋଗଦେଇ ଯୋଗାଭ୍ୟାସ କରୁଛନ୍ତି। ଏହା ଅନ୍ୟମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ ହେବ ବୋଲି ଆଶା କରାଯାଉଛି।