ତିନୋଟି ସାମାଜିକ ସଙ୍ଗଠନ ପକ୍ଷରୁ ମିଳିତଭାବେ ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

1 min read
Spread the love

ବାଲେଶ୍ବର ଜିଲ୍ଲା ବାହାନଗାଠାରେ ହୋଇଥିବା ମର୍ମନ୍ତୁତ ରେଳ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାରେ ସରକାରୀ ସୁଚନା ମୁତାବକ ୨୭୫ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଶତାଧିକ ଆହତ ରେଳଯାତ୍ରୀ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଏହି ମୃତକମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ରାଉରକେଲା ସହରର ତିନୋଟି ସାମାଜିକ ସଙ୍ଗଠନ ଯଥା : ମିରର ସୋସିଆଲ ଫାଉଣ୍ଡେସନ, ଏକତା ମହିଳା ଗ୍ରୁପ, ଅନନ୍ତ ଉଦୟ ଚାରିଟେବଲ ଟ୍ରଷ୍ଟ ସଂସ୍ଥା ପକ୍ଷରୁ ମିଳିତଭାବେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେକ୍ଟର-୨୦ ପାଣି ଟାଙ୍କି ଛକରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟ୍ରାନ୍ସଜେଣ୍ଡର ସଂଘର ମୁଖ୍ୟ ଜୋୟା ତ୍ରିପାଠୀ, ମିରର ସୋସିଆଲ ଫାଉଣ୍ଡେସନ ମୁଖ୍ୟ ବିଶ୍ବଜିତ ରାଉତ, ଅନନ୍ତ ଉଦୟ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ରାଜଲକ୍ଷ୍ମୀ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ମିଶି ମହମବତୀ ଶୋଭାଯାତ୍ରା ରେ ବାହାରି ମୃତକମାନଙ୍କର ସତଗତି କାମନା କରିବା ସହ, ପ୍ରିୟଜନ ମାନଙ୍କୁ ହରାଇଥିବା ପରିବାର ବର୍ଗ ଙ୍କୁ ଏହି ଦୁଃଖତ ସମୟରେ ସହାୟ ହେବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରିଥିଲେ । ଏହା ସହିତ ଆହତ ଅବସ୍ଥାରେ ଚିକତ୍ସା ହେଉଥିବା ସମସ୍ତ ଲୋକମାନଙ୍କ ର ଶୀଘ୍ର ଆରୋଗ୍ୟ କାମନା କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!