ନାଟ୍ୟ ଅନୁଷ୍ଠାନ ତିତିଲି ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଶ୍ରୁତି – ନାଟ୍ୟ ଉତ୍ସବ ଆୟୋଜିତ
1 min read
ରାଉରକେଲା ସହରର ସାଂସ୍କୃତିକ ଓ ନାଟ୍ୟ ଅନୁଷ୍ଠାନ ତିତିଲି ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଶ୍ରୁତି – ନାଟ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି। ସହରର ଆଦର୍ଶ ପାଠାଗାର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ନାଟ୍ୟ ଅନୁଷ୍ଠାନ – ସ୍ପନ୍ଦନ , ପ୍ରୟାସ, ନାୟିକା, ପରିଚୟ, ପଞ୍ଚତତ୍ତ୍ବ ପ୍ରମୁଖ ସଙ୍ଗଠନ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବରଙ୍ଗ ନାଟ୍ୟ ପତ୍ରିକା ସଙ୍ଗିତରେ ସହଯୋଗ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନାଟ୍ୟକାର ଡକ୍ଟର ନିବେଦିତା ଜେନାନଙ୍କ ନାଟ୍ୟ ପୁସ୍ତକ – ‘ଆଖି ଓ ଦେହ’ ପୁସ୍ତକର ଲୋକାର୍ପଣ କରାଯଇଥିଲା। ପୁସ୍ତକକୁ ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ବ ପ୍ରଫେସର ସମର ମୁଦାଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ନାଟ୍ୟ ବ୍ୟକ୍ତିତ୍ବ ପଲ୍ଲବ ଚାଟାର୍ଜୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ସୁନାମଧନ୍ୟ ଅଭିନେତ୍ରୀ ଓ ତିତିଲି ଫାଊଣ୍ଡେସନର ପ୍ରତିଷ୍ଠାତା ରତ୍ନା ବାନାର୍ଜୀଙ୍କୁ ସଙ୍ଗମ ନାଟ୍ୟରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବିଭିନ୍ନ ବର୍ଗର ମହିଳାମାନଙ୍କ ଦ୍ବାରା ସଙ୍ଗୀତ ଓ ସ୍ବର ମାଧ୍ୟମରେ ନାଟ୍ୟ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ।