ପୁରୀ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ବିଶ୍ବ ସାଇକେଲିଙ୍ଗ ଦିବସ ପାଳନ
1 min read
ଏହି ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍ ତରଫରୁ ସେକ୍ଟର ୧୩ ମେଳନ ପଡିଆଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସୋସିଏସନ୍ର ସମ୍ପାଦକସବ୍ୟସାଚୀ ଦାସଙ୍କ ଆବାହକତ୍ବ ଏବଂ କବି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ମଂଚ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜାତୀୟ ସାଇକ୍ଲିଷ୍ଟ ସୁବାସ ଚନ୍ଦ୍ର ଦାସ, ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ, ଜାତୀୟ ମହିଳା କ୍ରିକେଟ ଖେଳାଳି ତଥା ରାଜ୍ୟ ଚୟନକାରୀ ସଦସ୍ୟା ସସ୍ମିତା ପଟ୍ଟନାୟକ ଓ ଜାତୀୟ ଆଥଲେଟିକ ବଳରାମ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଶ୍ବ ବାଇସାଇକେଲ ଦିବସ ପାଳନ ସଂପର୍କରେ ଆଲୋଚନା କରି କହିଲେ ଯେ ସାଇକେଲ ମଣିଷ ଜୀବନରେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାଇକେଲ ଚାଳନା ଦ୍ବାରା ଶାରିରୀକ ଓ ମାନସିକ ସୁସ୍ଥତା ସହ ପ୍ରଦୂଷଣରୁ ରକ୍ଷା ମିଳିଥାଏ । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆରଏସପିର ସହ ପ୍ରବନ୍ଧକ ଅଜୟ ପୂଜାରୀ, ଅଧ୍ୟାପକ ବସନ୍ତ କୁମାର କୁମାର ଦାସ, ସୁଶାନ୍ତ ଦାଶ, ସସ୍ମିତା ପ୍ରଧାନ ତଥା ସହରର ବିଭିନ୍ନ ଅନୁଷ୍ଠାନ ଯଥା ନୀଲମ ଫାଉଣ୍ଡେସନ, ପ୍ରୟାସ,ଦହିମୁନିଟି ଫାଉଣ୍ଡେସନ, ଏକତା ଗୃପ, ମିରର ଫାଉଣ୍ଡେସନ,ଲେଡି ଲାୟନ ତରଫରୁ ଅଶୋକ ଦକ୍ଷିଣ ରାୟ, ବିଜୟ ସୁନ୍ଦରାୟ, ପ୍ରତିମା ସାହୁ, ବନ୍ଦିତା ମହତୋ,ଗୌରୀ କୁମ୍ଭାର, କାମିନୀ ମହନ୍ତ, ଗ୍ରେସୀ ଡେଭିଡ,ଅମୂଲ୍ୟ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ସାଇକେଲିଙ୍ଗ ପ୍ରଶିକ୍ଷକ ସୁଶୀଲ କୁମାର ଦାସ, ଅଲେଖ ବାରିକ ଓ ଦେବଦତ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ।