ରାଉରକେଲା ସାଇକିଲିଙ୍ଗ ଆସୋସିଏଅସନ୍‌ ପକ୍ଷରୁ ବିଶ୍ବ ସାଇକେଲ ଦିବସ ପାଳନ

1 min read
Spread the love

ବିଶ୍ୱ ବାଇସାଇକେଲ ଦିବସରେ ରାଉରକେଲା ସାଇକିଲିଙ୍ଗ ଆସୋସିଏସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏଥିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି ଆୟୁକ୍ତ ଡା ଶୁଭଙ୍କର୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ସାଇକେଲ ଆସୋସିଏସନ୍ ର ସାଧାରଣ ସମ୍ପାଦକ ପ୍ରସନ୍ନ ରାଉତ ଓ ଭଦ୍ରକ ଜିଲ୍ଲା ସାଇକେଲ ଆସୋସିଏସନ୍ ର ମନୋରଞ୍ଜନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ସାଇକେଲ ଆସୋସିଏସନ୍ ଅଧୀନରେ ପ୍ରଶିକ୍ଷଣ ହେଇଥିବା ଛାତ୍ର ଛାତ୍ରୀ ମାଙ୍କର ସମେତ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାଉରକେଲା ସଂଘର ସଭାପତି ଗୌତମ ବାଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଉପ ସଭାପତି ସତ୍ୟାନନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବାଲେଶ୍ବର ଜିଲ୍ଲା ବାହାନଗା ରେ ହୋଇଥିବା ମର୍ମନ୍ତୁତ ରେଳ ଦୁର୍ଘଟଣା ମୃତ୍ୟୁ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହି ଅବସରରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବ ସହିତ ଆହତମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଥିଲା । ମୁଖ୍ୟ ଅତିଥି ବିଶ୍ୱ ବାଇ ସାଇକେଲ ଦିବସ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିମାନେ ସାଇକେଲ ଚାଳନାର ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ଏକ ସାଇକେଲ ଶୋଭାଯାତ୍ର କରାଯାଇଥିଲା । ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ସବୁଜ ପତକା ପଦର୍ଶନ କରି ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟି ସେକ୍ଟର ଦୁଇ ନମ୍ବର ବିଜୁ ପଟ୍ଟନାୟକ ଛକ ଠାରୁ ବାହାରି ଆମ୍ବବାଗାନ ଛକ ଓ ସେକ୍ଟର ଚାରି ନମ୍ବର ମଧୁବନ ଛକ ଦେଇ ପୁନର୍ବାର ବିଜୁ ପଟ୍ଟନାୟକ ଛକରେ ସମାପ୍ତି ହୋଇଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ରାଉରକେଲା ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଉପସଭାପତି ରମେଶ ଜଗଦଲାଙ୍କ ସମେତ ଅଖିଳ କୋହଲି, କେଦାର ଦାସ, ଦେବେନ୍ଦ୍ର ବେହେରା, ଗୋପବନ୍ଧୁ ଜେନା, ସରୋଜ ରାଉଳ, ଓକିଲ ମୋହନ୍ତ, ବିପିନ୍ ପାଢ଼ୀ, ସଞ୍ଜୟ ସିଂ, କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀ ମାଡାମ, ଅଜୟ ରାଉତ ଏବଂ ଶିବ ଶଙ୍କର ପୃଷ୍ଟି, ଲଲନ ଠାକୁର, ସନ୍ତୋଷ ବେହେରା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରିଣୀ ସଭାପତି ଶ୍ରୀୟା କୋହଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!