ବିରମିତ୍ରପୁରରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଦୁଇ ଟ୍ରକ୍ ଚାଳକ
1 min read
ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ସହରର ରାଣି ସତୀ ମନ୍ଦିର ସମ୍ମୁଖରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅଳ୍ପକେ ଦୁଇ ଟ୍ରକ୍ର ଚାଳକ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ବିରମିତ୍ରପୁର ସହର ଦେଇ ଯାଇଥିବା ୧୪୩ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ଚାଲିଛି ଡ୍ରେନ ନିର୍ମାଣ। ଏଥିପାଇଁ ଅନେକ ସମୟରେ ରାସ୍ତାରେ ଗହଳୀ ଦେଖିବାକୁ ମିଳୁଛି। ଏହି କ୍ରମରେ ଶୁକ୍ରବାର ପ୍ରତ୍ୟୁଷରେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ପ୍ରାୟ ଘଟାନେ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ରାସ୍ତାରୁ ହଟା ଯିବା ପରେ ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଥିଲା ।