ସାମାଜିକ ସଙ୍ଗଠନ ଉଦାହରଣ ପକ୍ଷରୁ ବୈଠକ ଆୟୋଜିତ
1 min read
ସହିଦଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା ସାମାଜିକ ସଙ୍ଗଠନ ‘ଉଦାହରଣ ପକ୍ଷରୁ ଏକ ବୈଠକ ରାଉରକେଲା ସହରର ଇଣ୍ଡୋ ଜର୍ମାନ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ୧୦ଜଣ ସହିଦ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ସାହାଯ୍ୟ ସହଯୋଗ ସହ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଛି। ଅନୁଷ୍ଠାନର ମୁଳଲକ୍ଷ୍ୟ ହେଉଛି ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପରିବାରକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ସହଯୋଗ କରିବା। ଗତବର୍ଷ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ୧୩ଜଣ ସହିଦ ପରିବାରକୁ ସମ୍ମାନିତ କରାଯାଇଥିଲା ।
ଆୟୋଜିତ ବୈଠକରେ ଅନୁଷ୍ଠାନର ଟ୍ରଷ୍ଟ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଥିଲା । ଶ୍ରୀ ତନ୍ତୀ ଅନୁଷ୍ଠାନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏଥିରେ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କିର୍ତ୍ତନ ଜୟପୁରିଆ, ଶଙ୍କର ଜେନା, ରୋହିତ କୁମାର ମହାନନ୍ଦିଆ, ସୁମନ୍ତ ଜେନା, ବିଶ୍ବଜିତ ଜେନା, ଅଶ୍ବିନୀ କୁମାର ଶାସନୀ, ଅଶୋକ କୁମାର ବୁଡା,କବି ନାୟକ, ସନ୍ତୋଷ କୁମାର ଗରଡିଆ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।