ଓଡ଼ିଶା ଜେଇଇ ଏମ୍‌ ଟେକ୍‌ ପାଠ୍ୟକ୍ରମର ଇଲେକ୍ଟ୍ରୋନିକ୍ସ ବିଭାଗରେ ରାଉରକେଲାର ଛାତ୍ରୀ ଟପ୍ପର 

1 min read
Spread the love

ଶୁକ୍ରବାର ପ୍ରକାଶ ପାଇଛି ଓଡ଼ିଶା ଜେଇଇ ପ୍ରବେଶିକା ପରୀକ୍ଷା ଫଳ। ବିଭିନ୍ନ ପାଠ୍ୟକ୍ରମର ଫଳାଫଳ ଏଥିରେ ପ୍ରକାଶ ପାଇଛି। ଏହା ମଧ୍ୟରେ ରହିଛି ଏମ୍‌ ଟେକ୍‌ ପଢ଼ିବା ନିମନ୍ତେ ଫଳାଫଳ। ଏଥିରେ ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଏବଂ ଇଲୋକ୍ଟ୍ରୋନିକ୍ସ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତିରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳର ଏମ ଭାର୍ଗବୀ।  ବନ୍ଧମୁଣ୍ଡା ସେକ୍ଟର ‘ଏ’ ରେ ରହୁଥିବା ସ୍ଵଗତ ଏମ ରାଜୁ  ଓ ବିମଳାଙ୍କ କନ୍ୟା ଭାର୍ଗବୀ ଅନେକ ପ୍ରତିକୂଳ ପରିସ୍ଥିତିରେ ବୁର୍ଲ୍ଲା ସ୍ଥିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ବି ଟେକ୍‌ ପାଠ୍ୟକ୍ରମ ଶେଷ କରିଛନ୍ତି। ଏହାପରେ ସେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପାଈଁ ଗୌରବ ହାସଲ କରିଛନ୍ତି ଓଜେଇଇ ପରୀକ୍ଷାରେ। ସୂଚନା ମୁତାବକ ୨୦୧୮ ଭାର୍ଗବୀଙ୍କ ପିତା ତଥା ପୂର୍ବତକ ରେଳବାଇ କର୍ମଚାରୀ ଏମ ରାଜୁଙ୍କ ମୃତ୍ୟୁ ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାଙ୍କ ପରିବାର। ଏହା ସତ୍ତ୍ୱେ ବିଧବା ମା ସ୍ବାମୀ ଙ୍କ ମୃତୁ ପରେ ଲକ୍ଷ୍ୟ ରଖିଥିଲେ ଦୁଇ ଝିଅ ଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବା  ପାଇଁ। ଏହାର ଫଳ ସ୍ୱରୂପ ଭାର୍ଗବୀ ନିଜ ମାମୁ ଓ ମା’ଙ୍କ ସହଯୋଗରେ ଏମ ଟେକ୍‌ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!