ବନ୍ଧମୁଣ୍ଡା ଅଞ୍ଚଳରେ ରାସ୍ତା ଦୁର୍ଘଟଣା: ଦୁଇଜଣଙ୍କ ମୃତ୍ୟୁ
1 min read
ବନ୍ଧମୁଣ୍ଡା ଅଞ୍ଚଳରେ ଶୁକ୍ରବାର ଦିନ ଏକ ପିକଅପ୍ ଗାଡି ଏବଂ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇବା ମାତ୍ରେ ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଦୁଇଜଣଙ୍କ ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।

ଏହା ସହିତ ପିକଅପ୍ ଡ୍ରାଇଭରକୁ ପଚରାଉଚରା ପାଇଁ ଥାନାକୁ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପିକଅପ୍ ଭ୍ୟାନ୍ ବିସ୍ରା ଆଞ୍ଚଳରୁ ଆସୁଥିଲା ଏବଂ ମୋଟରସାଇକେଲ ବିସ୍ରା ଆଡକୁ ଯାଉଥିଲା। ମୃତକ ଦୁଇଜଣ ଓଡ଼ିଶା –ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଜରେକେଲା, ଦୀଘା ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।