ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପକ୍ଷରୁ ରଜମଉଜ କାର୍ଯ୍ୟକ୍ରମ ଘୋଷଣା

1 min read
Spread the love

ରାଉରକେଲା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପକ୍ଷରୁ ରଜମଉଜ ଉପଲକ୍ଷେ ରଜ ରାଜକୁମାରୀ ସିଜିନ ୨ ଚଳିତ ଆସନ୍ତା ୧୨ ଓ ୧୩ ତାରିଖ ଦିନ ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସୂଚନା ମୁତାବକ ୧୪ରୁ ୨୧ବର୍ଷ ଝିଅ ମାନଙ୍କ ପାଇଁ ରଜ ରାଜକୁମାରୀ ଅଡିସନ ୧୩ ତାରିଖ ଦିନ ଅନୁଷ୍ଠିତ ହେବ । ୧୨ତାରିଖ ଦିନ ପାନଭଙ୍ଗା, ପୁଚିଖେଳ ଓ ମେହେନ୍ଦୀ ପ୍ରତିଯୋଗିତା ଓ ୧୩ତାରିଖ ଦିନ ପୋଡପିଠା ପ୍ରତିଯୋଗିତା କରାଯିବ। ୧୭ତାରିଖ ଦିନ ଗ୍ରାଣ୍ଡ ଫିନାଲେ ସଂଧ୍ୟାରେ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତା ପୁପିନ୍ଦର, ଅଭିନେତ୍ରୀ ପ୍ରିୟଙ୍କା ଓ ଜ୍ୟୋତିସ୍ମିତା ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରଶ୍ମିତ ସାହାଣୀ ଏବଂ ମମତା ନାୟକ, ଡଃ ସରିତା ମଲ୍ଲ, ପ୍ରଣତୀ ଜେନା, ସିଲି ମହାନ୍ତି, ମୀନାକ୍ଷୀ ପାଢୀ, ଶର୍ମିଲା ରାଜଗୁରୁ, ରେବତୀ ବାରିକ, ରଶ୍ମି ମହାନ୍ତି, ଦେବସ୍ମିତା ଶତପଥୀ, ମୋନାଲିସା ସାହୁ, ମୀନତି ମୋଦି, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ,ଶାନ୍ତିଲତା ବାରିକ,ମୋନାଲିସା ଗୌଡ, ନିହାରିକା ବସ୍ତିଆ, ସୁନିତା ଶ୍ରୀନିବାସନ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସୁମିତ୍ରା ଦାସ, ଲିଙ୍ଗରାଜ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କାୟଲ ନିକଟରେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!