ସ୍କୁଟିକୁ ପିଟିଲା ମୋ’ ବସ୍ : ମହିଳା ଆହତ
1 min read
ରାଉରକେଲା ସହରରଉ ବିଭିନ୍ନ ସ୍ଥାନକୁ ଚାଲିଛି ମୋ-ବସ୍। ଏହିଭଳି ଏକ ମୋ-ବସ୍ ରାସ୍ତା କଡ଼ରେ ଯାଉଥିବା ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ମହିଳା ସ୍କୁଟି ଚାଳକ ଆହତ ହୋଇଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ତିନିଟା ସମୟରେ ଜଣେ ମହିଳା ନିଜ ସ୍କୁଟିରେ ସେକ୍ଟର-୨ ଆଡ଼କୁ ଆସୁଥିଲେ। ଏହି ସମୟରେ ତାଙ୍କ ପଛରେ ଆସୁଥିବା ମୋ’ ବସ୍ ସେବାର ଏକ ବସ୍ ସହରର ଇନ୍ଦିରା ଗାନ୍ଧୀ ପାର୍କ ନିକଟସ୍ଥ ରାସ୍ତାରେ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଏହା ଫଳରେ ଛିଟିକି ପଡ଼ିବାରୁ ମହିଳାଙ୍କ ମୁହଁ ଗୋଡ଼ରେ ଆଘାତ ଲାଗିଛି। ଏହାସହ ଗାଡ଼ି ଭାଙ୍ଗିରୁଜି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ବସ୍ର ବେଗ ଅଧିକ ଥିବାସହ ଅତ୍ୟନ୍ତ ବେପରୁଆଭାବେ ଚାଳକ ଗାଡ଼ି ଚଲାଉଥିଲେ। ଏ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।