ଓଲଟିଲା କଦଳୀ ବୋଝେଇ ଟ୍ରକ୍‌ : କଦଳି ବୋହି ନେଲେ ସ୍ଥାନୀୟ ଲୋକେ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ ଛକ ନିକଟରେ ଏକ କଦଳୀ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ସୂଚନା ଅନୁଯାଇ ରାତି ପ୍ରାୟ ଗୋଟାଏ ସମୟରେ ମହାରାଷ୍ଟ୍ରର ନାସିକ ଠାରୁ ଏକ କଦଳୀ ବୋଝେଇ ଟ୍ରକ୍‌ ଝାଡ଼ଖଣ୍ଡର ରାଞ୍ଚିକୁ ଯାଉଥିବାବେଳେ ବିଜାବାହାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତ ଟ୍ରକ୍‌ ଚାଳକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଟ୍ରକ୍‌ରେ ଥିବା କଦଳୀଗୁଡ଼ିକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ବୀରମିତ୍ରପୁର ଥାନା ଏଏସ୍‌ଆଇ ସୁନୀତା ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଥାନାରେ ଏକ ମାମଲାରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!