ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ : ଅନ୍ୟପଟେ ବହିଯାଉଛି ପାଣି
1 min read
ରାଉରକେଲା ସହରର ବିଭିନ୍ନ ଅଞ୍ଚଲରେ ପ୍ରବଳ ତାତି ଦେଖିବାକୁ ମିଳୁଛି। ଏହା ସହିତ ସହରର ବିଭିନ୍ନ ସ୍ଥାନକୁ ହେଉଥିବା ଜଳଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। କାରଣ ଜଳ ଯୋଗାଣ ହେଉଥିବା ସ୍ଥାନରେ ପାଣି ଶୁଖି ଶୁଖି ଆସୁଛି। ଅନ୍ୟପକ୍ଷରେ ସହରର ସେକ୍ଟର-୨୧ ସ୍ଥିତ ‘ବି’ ବ୍ଲକ୍ ଅଞ୍ଚଳରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ହେଉଥିବା ଜଳଯୋଗାଣ ବ୍ୟବସ୍ଥାର ଗୋଟିଏ ପାଇପ ଫାଟି ଶହଶହ ଲିଟର ପାଣି ବହିବାରେ ଲାଗିଛି।

ଇସ୍ପାତ କାରଖାନାର ସହର ସେବା ବିଭାଗ ଅଧିନରେ ଥିବା ଜଳଯୋଗାଣ ବ୍ୟବସ୍ଥା ଇତି ମଧ୍ୟରେ ପ୍ରାୟତଃ ଠିକା ଶ୍ରମିକମାନଙ୍କ ଦ୍ୱାରା ଚାଲିଛି। ତେଣୁ ଜଳଯୋଗାଣ ବ୍ୟବସ୍ଥା ପରିଚାଳନା ଠିକ୍ଭାବେ ହେଉ ନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିକୁ ଦେଖି କାରଖାନାର ସହର ସେବା ବିଭାଗ ଯଥାଶୀଘ୍ର ଏହି ବହିଯାଉଥିବା ପାଣି ସ୍ଥାନକୁ ମରାମତି କରିବାର ଆବଶ୍ୟକତା ରହିଛି।