ଓଡ଼ିଶା ଭାସ୍କର ଲାଇଭ ଚ୍ୟାନେଲ ବିରୋଧରେ ଛାତ୍ର କଂଗ୍ରେସର ଏତଲା
1 min read
ଗତ କିଛିଦିନ ଧରି ଓଡ଼ିଶା ଭାସ୍କର ନାମକ ୟୁଟ୍ୟୁବ ଚ୍ୟାନେଲ୍ରେ କଂଗ୍ରେସ ଦଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କରେ କିଛି ଆପତ୍ତିଜନକ ଭିଡିଓ ଭାଇରାଲ ହେଉଥିଲା। ଏହାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥାନାରେ ଏତଲା ଦିଆଯାଇଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାଶଙ୍କ ନେତୃତ୍ୱରେ ରାଉରକେଲା ଛାତ୍ର କଂଗ୍ରେସ ପକ୍ଷରୁ ରାଉରକେଲା ସହରର ପ୍ଲାଣ୍ଟ୍ ସାଇଟ ଥାନାରେ ଓଡ଼ିଶା ଭାସ୍କର ବିରୋଧରେ ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି।