ରାଉରକେଲା ସହରର ବିଭିନ୍ନ ସର୍ବସାଧାରଣ ଶୌଚାଳୟର ଦୂରାବସ୍ଥା
1 min read
ଗତ ମାର୍ଚ୍ଚ ମାସରେ ଓଡ଼ିଶା ସରକାରଙ୍କ ଏକ ବିଜ୍ଞପ୍ତି ମୁତାବକ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ସୌଚାଳୟମାନଙ୍କରେ କୌଣସି ଦେୟ ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ଶୌଚାଳୟ ବ୍ୟବହାର ନିମନ୍ତେ ଦେୟ ବା ଶୁଳ୍କ ସରକାର ଭରଣା କରିବେ। କିନ୍ତୁ ଏହି ଶୁଳ୍କ ଭରଣା କିପରି ଏବଂ ଶୌଚାଳୟ ପରିଚାଳନା ଦାୟିତ୍ୱ ନେଇଥିବା ପରିଚାଳକ ବା ପରିଚାଳନା ସଂସ୍ଥା ଶୌଚାଳୟ ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ ସେ ନେଇ ସରକାରୀଭାବେ କୌଣସି ଘୋଷଣା ହୋଇନାହିଁ।

ଅନ୍ୟପକ୍ଷରେ ରାଉରକେଲା ସହରର ବିଭିନ୍ନ ସର୍ବସାଧାରଣ ସୌଚାଳୟର ଅବସ୍ଥା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏ ନେଇ ଆମେ ଗୋଟିଏ ସୌଚାଳୟର ପରିଚାଳକଙ୍କ ସହିତ କଥାବାର୍ତ୍ତା ହୋଇଥିଲୁ। ସମ୍ପୃକ୍ତ ପରିଚାଳକ ଏ ନେଇ କଥାକୁ ଏଡ଼ାଇ ଦେଇ ଯଥାଶୀଘ୍ର ମରାମତି କରିବେ ବୋଲି କହିଛନ୍ତି।