୭୦ ଜଣରୁ ଉର୍ଦ୍ଧ ଠିକା ଶ୍ରମିକଙ୍କୁ ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ସୁରକ୍ଷା ସନ୍ଦର୍ଭରେ ତାଲିମ ପ୍ରଦାନ
1 min read
ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ୟୁନିଟରେ ନିୟୋଜିତ ୭୩ଜଣ ଠିକା ଶ୍ରମିକଙ୍କୁ ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ଅନୁଷ୍ଠିତ ଏକ ତାଲିମ କାର୍ଯ୍ୟକ୍ରମରେ ଗ୍ୟାସ୍ ସୁରକ୍ଷା ,ବୈଦ୍ୟୁତିକ ସୁରକ୍ଷା ଏବଂ ନିରାପଦ କନଭେୟର ବେଲ୍ଟ ଅପରେସନ୍ ଉପରେ ତିନିଦିନିଆ ତାଲିମ ଦିଆଯାଇଥିଲା। ନିରାପଦ କନଭେୟର ବେଲ୍ଟ ଅପରେସନ୍ ସନ୍ଦର୍ଭ ଉଦଯାପନୀ ସମାରୋହରେ ଏଚଆରଡ଼ି ବିଭାଗର ସିଜିଏମ ସୁଶ୍ରୀ ରାଜଶ୍ରୀ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ। ସେହିଭଳି ବୈଦ୍ୟୁତିକ ସୁରକ୍ଷା ସନ୍ଦର୍ଭ ଉଦଯାପନୀ ସମାରୋହରେ ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ପ୍ରତାପ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିବାବେଳେ ଗ୍ୟାସ୍ ସୁରକ୍ଷା ଉଦଯାପନୀ ସମାରୋହରେ କାର୍ମିକ ବିଭାଗର ମହା ପ୍ରବନ୍ଧକ ସଞ୍ଜୟ ମେହରୋତ୍ରା ଅଧ୍ୟକ୍ଷତା କରିଥିଲେ। ଏହି ସମସ୍ତ ତିନିଜଣ ଅଧିକାରୀ ଅଂଶଗ୍ରହଣକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କ ମତାମତ ଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମାପ୍ତ କରିବା ନିମନ୍ତେ ସେମାନେ ଠିକା ଶ୍ରମିକମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ।

ସୂଚନା ମୁତାବକ ଗ୍ୟାସ୍ ସୁରକ୍ଷା ଉପରେ ୨୭ ଜଣ ଅଂଶଗ୍ରହଣକାରୀ, ବୈଦ୍ୟୁତିକ ସୁରକ୍ଷା ଉପରେ ୨୨ ଜଣ ଅଂଶଗ୍ରହଣକାରୀ ଏବଂ ନିରାପଦ କନଭେୟର ବେଲ୍ଟ ଅପରେସନ୍ ପ୍ରଶିକ୍ଷଣରେ ୨୪ ଜଣ ଠିକା ଶ୍ରମିକ ଯୋଗ ଦେଇଥିଲେ। ଏହି ତିନି ଦିନରେ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଉପାଦେୟ ତତ୍ତ୍ୱ ତଥା ବ୍ୟବହାରିକ ଇନପୁଟ୍ ପ୍ରଦାନ କରାଯାଇଥିଲା। ଗ୍ୟାସ୍ ସୁରକ୍ଷା ପାଇଁ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଡ଼ିଟିଏନବିଡ଼ବଲଇଉଇର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏସ୍ କେ ଓଝା ଏବଂ ପି.ଏନ.ମାହାତୋ, ବୈଦ୍ୟୁତିକ ସୁରକ୍ଷା ପାଇଁ ଏଚଏମଇ ବିଭାଗର ମାଷ୍ଟର ଟେକ୍ନିସିଆନ୍ ଆର କେ ନାୟକ ଏବଂ ନିରାପଦ କନଭେୟର ବେଲ୍ଟ ଅପରେସନ୍ ପାଇଁ ଅଧିବେଶନକୁ ଆର କେ ତିୱାରୀ ସମ୍ପାଦିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ମିକ ପ୍ରକଳ୍ପ ବିଭାଗର ପ୍ରବନ୍ଧକ ସୁଶ୍ରୀ ଏସ ଏମ ସିନ୍ଦୁର, କାର୍ମିକ ସିଏଲସି ବିଭାଗର ସହକାରୀ ପ୍ରବନ୍ଧକ ବିଜ୍ଞାନ ପାତ୍ର ଏବଂ କାର୍ମିକ ସିଏଲସି ବିଭାଗର ଶ୍ରମ ନିରିକ୍ଷକ ମନୋଜ କୁମାର ପ୍ରଧାନ, ସୁରଥ କୁମାର ଲେଙ୍କା, ପ୍ରକଳ୍ପ ସିଏଲସି ବିଭାଗର ଶ୍ରମ ନିରିକ୍ଷକ ଧ୍ରୁବେଶ କୁମାର ବେହେରା ଏବଂ ଶ୍ଵେତ କୁମାର ବେହେରା ପରିଚାଳନା କରିଥିଲେ।