ଦିଲ୍ଲୀରେ ହୋଇଥିବା ସାକ୍ଷୀ ଦିଷିତ ହତ୍ୟା ଲଭ୍ ଜେହାଦ ହୋଇଥିବା ଅଭିଯୋଗ ସମ୍ପର୍କରେ ବିରୋଧ ପ୍ରଦର୍ଶନ
1 min read
ଭାରତର ରାଜଧାନୀ ଦିଲ୍ଲୀଠାରେ ମଇ ୨୮ ତାରିଖରେ ୧୬ବର୍ଷର ବାଳିକା ସାକ୍ଷି ଦିକ୍ଷିତକୁ ସାହିଲ ନାମକ ଜଣେ ଜଣେ ଯୁବକ ଅତ୍ୟନ୍ତ ବିଭତ୍ସଭାବେ ହତ୍ୟା କରିଥିଲା। ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ରାଉରକେଲା ସହରର ପୁରୁଣା ଟାକ୍ସି ଷ୍ଟାଣ୍ଡ୍ ଛକଠାରେ ବିଜେପି ସମର୍ଥକ କିଛି ଯୁବକମାନେ ଏହି ଘଟଣାକୁ ଲଭ୍ ଜେହାଦ ବୋଲି ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଏହି ଘଟଣାରେ ଗିରଫ ସାହିଲକୁ ଯଥା ଶୀଘ୍ର ଦଣ୍ଡଦେଶ ହେବା ନିମନ୍ତେ ଦାବି କରିଛନ୍ତି। ଏହା ସହିତ ଏହି ଅବସରରେ ସାକ୍ଷୀର ଆତ୍ମାର ସଦ୍ଗତି ନିମନ୍ତେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଅନ୍ୟପକ୍ଷରେ ବିଜେପିର ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ନେତା ଧିରେନ ସେନାପତି ସାର୍ ଆଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ଲଭ୍ ଜେହାଦ ଘଟଣାକୁ ରାଜ୍ୟ ସରକାରମାନେ ଗୁରୁତ୍ୱର ସହିତ ନେବାକୁ ଦାବି କରିଛନ୍ତି। ଏହା ସହିତ ଏହିଭଳି ଘଟଣାରେ ଦୋଷୀ ବ୍ୟକ୍ତିମାନଙ୍କୁ କଠିନ ଦଣ୍ଡ ଦେବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ପରେ ଏବେ ଦିଲ୍ଲୀ ସାହାବାଦ୍ ଡାଏରୀ ଅଞ୍ଚଳର ନାବାଳିକା ସାକ୍ଷୀ ହତ୍ୟାକାଣ୍ଡ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ନାବାଳିକା ସାକ୍ଷୀର ଶରୀରରେ ୧୬ଟି ଆଘାତ ଥିବା ଜାଣିବାକୁ ମିଳିଛି। ଏହି ହତ୍ୟାକାଣ୍ଡର ଆଉ ଏକ ସିସିଟିଭ୍ ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯାହା ଘଟଣାର ଠିକ୍ ପୂର୍ବର । ଯେଉଁଥିରେ ଦେଖିବାକୁ ମିଳିଛି ଅଭିଯୁକ୍ତ ସାହିଲ ନିଜର ଏକ ବନ୍ଧୁ ସହ କଥା ହେଉଛି । ଏହା ପରେ ତାର ସାଙ୍ଗ ସେହି ସ୍ଥାନରୁ ପଳାଉଛି । ଏହାପରେ ଯେତେବେଳେ ସାକ୍ଷୀ ସେହିବାଟ ଦେଇ ଆସୁଛି, ତୁରନ୍ତ ହିଁ ଆକ୍ରମଣାତ୍ମକ ହୋଇ ଉଠୁଛି ସାହିଲ।