ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଚିତ୍ତରଞ୍ଜନ ଦାସଙ୍କୁ ରୋଟାରୀ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା
1 min read
ଏକଦା ରାଉରକେଲା ସହରରେ ପିଲାଦିନ କାଟିଥିବା ପରେ ଓକିଲାତି କରିଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଚିତ୍ତରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଅଭିପ୍ସା ଦାଶ ରାଉରକେଲା ଗସ୍ତ କରିଥିଲେ। ଏହି ଅବସରରେ ହୋଟେଲ ରାଧିକା ରିଜେନ୍ସି ଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଉଭୟ ଦମ୍ପତି ଜଗଦାସ୍ଥିତ ମାନବସେବା ସଦନକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ସହିତ କିଛି ସମୟ କାଟିବା ସହ ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହା ସହ ଏକ ଗ୍ରାଇଣ୍ଡର ଆଶ୍ରମକୁ ପ୍ରଦାନ କରିଥିଲେ। ବିଚାରପତି ଶ୍ରୀ ଦାଶଙ୍କ ପିତା ରଘୁନାଥ ଦାଶ ରାଉରକେଲାରେ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀ ଥିବା ବେଳେ ଶ୍ରୀ ଦାଶଙ୍କ ଛାତ୍ର ଜୀବନ ରାଉରକେଲା ଓ ପରେ ଆଇନ ରେ ସ୍ମାତକ ପରେ ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ନିକଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ଏହି ସମୟରେ ସେ ଆଇନ ପରାମର୍ଶଦାତା ଭାବେ ରାଉରକେଲା ଇସ୍ପାତ କାରଖାନା , ଓସିଏଲ, ଗୃହସ୍ଥୀ, ରାଧିକା ରିଜେନ୍ସି ଭଳି ବିଭିନ୍ନ ଅନୁଷ୍ଠାନ ପାଇଁ ଓକିଲଭାବେ କାର୍ଯ୍ୟ କରିଥିଲେ। ସେହିପରି ଶ୍ରୀମତୀ ଅଭିପ୍ସା ସ୍ବର୍ଗତ ପୂଜାରୀଙ୍କ କନ୍ୟା ହୋଇଥିବା ବେଳେ ଜଣେ ହିନ୍ଦୀ କବୟିତ୍ରୀ ଭାବେ ଜଣାଶୁଣା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଜଷ୍ଟିସ ଦାଶ ରାଉରକେଲା କୁ ସ୍ବତନ୍ତ୍ର ଓ ହୃଦୟର ସହର ବୋଲି କହିଥିବାବେଳେ ସହରର ବିକାଶ ପାଇଁ କିଛି ସ୍ବତନ୍ତ୍ର ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ କିଛି କବିତା ପାଠ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାଜା ମହାନ୍ତି ତାଙ୍କ ପୁସ୍ତକକୁ ଅତିଥିଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ରବି ଦାସ, ଡଃ କିଶୋରୀ ଦାଶ, ଅବଦୁଲ ସଲାମ, ଅନୁପମ ଗୁପ୍ତା, ଗୀତା ଦାସ, ରୁବିନା ସଲାମ, ସ୍ମିତା ଆଥରେ, ଆର କିରଣ, ପରଭେଜ ଅରୋରା, ବିକାଶ ପାଣ୍ଡେ, ମନମୋହନ ଗୋୟଙ୍କା, ନରେନ୍ଦ୍ର କେଡିଆ, ଭଗବାନ ପତି,ଅକ୍ଷୟ ଧଳ, ପୀତବାସ ପ୍ରଧାନ, ପ୍ରକାଶ ପାଢୀ,ଅଶୋକ ଭଇଁଶା, ସୂର୍ଯ୍ୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।