କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସିଆଇଟିୟୁର ପ୍ରତିଷ୍ଠା ଦିବସ ପାଳନ
1 min read
୧୯୭୦ ମସିହା ମଇ ୩୦ ତାରିଖରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ସହବନ୍ଧନରେ ସ୍ଥାପିତ ହୋଇଥିଲା କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସିଆଇଟିୟୁ ବା Center for Indian Trade Union। ଏହି କ୍ରମରେ ମଇ ୩୦ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ସ୍ଥାନ୍ୟ ସେକ୍ତର-୧୬ ସ୍ଥିତ ଶ୍ରମିକ ଭବନ ପରିସରରେ ସିଆଇଟିୟୁର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଏଥିପାଇଁ ପ୍ରଥମେ ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀଙ୍କ ଦ୍ୱାରା ସଙ୍ଗଠନର ପତାକା ଉତ୍ତୋଲନ କରାଯାଇଥିଲା।

ଏହାପରେ ଦେଶର ବିଭିନ୍ନ ଶିଳ୍ପ ଓ ବ୍ୟବସାୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ଏକ ବଳିଷ୍ଠ ନେତୃତ୍ୱ ନେଉଥିବା ସିଆଇଟିୟୁର ଗତ ୫୨ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ଅଲ୍ଲୀ ଏହି ଅବସରରେ ସଙ୍ଗଠନର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ବିମାନ ମାଇତି, ପ୍ରମୋଦ ସାମଲଙ୍କ ସମେତ ସୁରେନ୍ଦ୍ର ଦାସ ଏବଂ ଯୁବ ନେତା ଜଜାତି ସାହୁ ଓ ରାଜକିଶୋର ପ୍ରଧାନ, ବିଶ୍ୱଜିତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।