ରାଉରକେଲା ଭାଇବ୍ରାଣ୍ଟର ରୋଟାରୀ କ୍ଲବର ସ୍ଥାପନା

1 min read
Spread the love

ରାଉରକେଲା ସହରର ବ୍ରାହ୍ମଣୀ କ୍ଲବରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ଚାର୍ଟର୍ ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଥିଲା।  ଏହା ହେଉଛି ରାଉରକେଲାର ନବମ ରୋଟାରୀ କ୍ଲବ୍।  ଏହି ଅବସରରେ ରୋଟାରୀ କ୍ଲବ୍‌ର ନିର୍ବାଚିତ ଜିଲ୍ଲା ଗଭର୍ଣ୍ଣର ମଞ୍ଜିତ ସିଂ ଆରୋରା ସଂସ୍ଥାପନ ଅଧିକାରୀ ଏବଂ ପ୍ରାକ୍ତନ ଗଭର୍ଣ୍ଣର ଫକିର ଚରଣ ମହାନ୍ତି ଥିଲେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।  ରୋଟାରୀ କ୍ଲବ୍ ଅଫ୍ ରାଉରକେଲାର ସଭାପତି ଅର୍ଚ୍ଚନା ଦେବତା, ସମ୍ପାଦକ ଉଦିତ କୁମାର ସାହୁ, ରୋଟାରୀ କ୍ଲବ୍‌ ଭାଇବ୍ରାଣ୍ଟର ନିର୍ବାଚିତ ସଭାପତି ଗଣେଶ ପଟ୍ଟନାୟକ, କୋଷାଧ୍ୟକ୍ଷ ବସନ୍ତ ତନ୍ତିଙ୍କ ସମେତ ଅନ୍ୟମାନେ ଏହି ଅବସରରେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ରାଉରକେଲା ସହରରବିଭିନ୍ନ ରୋଟାରୀ କ୍ଲବ୍‌ର ସଚିବ ଏବଂ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।  ସଭାକୁ ଅର୍ଚ୍ଚନା  ଦେବତା ପରିଚାଳନା କରିଥିଲେ।  ଏହା ଜାତୀୟ ସଂଗୀତ ସହିତ ଆରମ୍ଭ ହୋଇଥିଲା ଏବଂ ପରେ ବିଶ୍ୱ ଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ନୂତନ କ୍ଲବ୍‌ ବିଧିବଦ୍ଧ ସ୍ଥାପନା ହେବା ପୂର୍ବରୁ ସହରର ପଧାନପଲ୍ଲୀ ଅଞ୍ଚଳରେ ଥିବା ବାଳ ସୁଧାର ଗୃହ (ଜୁଭେନାଇଲ୍ ହୋମ) ର ଅନ୍ତେବାସୀଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ଭଳି କାର୍ଯ୍ୟକ୍ରମ କରିସାରିଛି। ଏହା ସହିତରାଉରକେଲା ହାଇ ଟେକ୍ ହସ୍ପିଟାଲରେ ଆଂଶିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କମୋଡ୍ ସୁବିଧା ସହିତ ଏକ ହୁଇଲ ଚେୟାର ଦାନ କରାଯାଇସାରିଛି । ସମସ୍ତ କାର୍ଯ୍ୟକ୍ରମକୁ ଗଣେଶ ପଟ୍ଟନାୟକ ଏବଂ ଡା ମିନତି ପଣ୍ଡା ସଂଯୋଜନା କରିଥିଲେ। ଅଜିତ ମୋହନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଉପଲକ୍ଷେ ହୋଇଥିବା ସଭା କାର୍ଯ୍ୟ କାଜଲ ପାଢ଼ୀଙ୍କ ଆବାହନ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଅବସରରେ ବିଭିନ୍ନ ରୋଟାରୀ କ୍ଲବର ସଦସ୍ୟ ଅନୀତା ନାୟକ, ପ୍ରସାନ୍ତ ରଂଜନ ପାତ୍ର, ସରୋଜ ପାତ୍ର ଓ ମୋହନ ରାଓଙ୍କ ସମେତ ଶଶିକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!