ବନ୍ଧମୁଣ୍ଡାରେ ଜୟହିନ୍ଦ କ୍ଲବ୍‌ ପକ୍ଷରୁ ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

1 min read
Spread the love

ରାଉରକେଲା ସହରର ଗତ 15 ଦିନ ଧରି ଚାଲିଆସୁଥିବା ଗ୍ରୀଷ୍ମକାଳିନ ଶିବିର ଉଦ୍‌ଯାପିତ ହୋଇଯାଇଥିଲା। ଏହି ଅବସରରେ ଶିବିରରେ ଯୋଗଦେଇଥିବା ପିଲାମାନେ ସେମାନଙ୍କର ଦକ୍ଷତାକୁ ଯଥା ସମ୍ଭବ ପ୍ରଦର୍ଶନ କରିଥିଲେ। ଏହି ଶିବିରରେ ଫୁଟବଲ୍, ଯୋଗ, କରାଟେ, କଳା ଏବଂ ହସ୍ତଶିଳ୍ପ, ପୂର୍ବ ସେନା ତାଲିମ ଇତ୍ୟାଦି ଶିକ୍ଷା ଦିଆଯାଇଥିଲା। ବନ୍ଧମୁଣ୍ଡା ‘ଡି’ କ୍ୟାବିନ ଅଞ୍ଚଳରେ ଚାଳିଥିବା ଏହି ଶିବିର ଉଦ୍‌ଯାପିତ ଅବସରରେ ରଙ୍ଗ୍ରାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପିଲାମାନେ ଅଭିଭାବକ ତଥା ଅନ୍ୟ ଅତିଥିଙ୍କ ସମ୍ମୁଖରେ ଶିବିରରେ ଶିଖାଯାଇଥିବା ବିଭିନ୍ନ ପ୍ରତିଭା ଉପସ୍ଥାପନ କରିଥିଲେ। ଏଥିରେ ଶ୍ରମ ଏବଂ ଇଏସଆଇ ବିଭାଗର ମନ୍ତ୍ରୀ ଶରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡି ଅଭିକ କୁମାର, ଚନ୍ଦନ ତରାଇ ଏବଂ ଫିଟନେସ୍ କୋଚ୍ ଡି.ଆପ୍ପା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ଶିବିର ଆୟୋଜକ କମିଟିର ସଭାପତି ଅବିନାଶ ଯାଦବ, ସମ୍ପାଦକ ଘନଶ୍ୟାମ ତନ୍ତୀଙ୍କ ସମେତ ନାଗେଶ ଜଗଦଲା, ରାଜା ଚୌଧୁରୀ, ବୀରେନ୍ଦ୍ର ରଜକ, ଟିଙ୍କୁ ଗୋପ, ବିବେକ ଲୋହାର, ସରଫରାଜ ଖାନ, ଅଭି ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!