ବନ୍ଧମୁଣ୍ଡାରେ ବିଜେପି ଦଳରେ ଯୋଗ ଦେଲେ ୬୦ଜଣ ଯୁବକ

1 min read
Spread the love

ରାଉରକେଲା ସହରର ବନ୍ଧମୁଣ୍ଡା ଭାରତୀୟ ଜନତା ଯୁବ ମୋର୍ଚ୍ଚା ର ସ୍ଥାନୀୟ କମିଟି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୬୦ ଜଣ ଯୁବକ ଯୋଗ ଦେଇଥିଲେ। ଭାରତୀୟ ଜନତା ଯୁବ ମୋର୍ଚ୍ଚା ସ୍ଥାନୀୟ କମିଟି ସଭାପତି ରାଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ସମ୍ବୋଧନ ମନ୍ କି ବାତ୍‌ରେ ଯୁବକ ଓ ବରିଷ୍ଠ ନେତା ଏକାଠି ବସି ଲାଇଭ୍ ପ୍ରସାରଣକୁ ଉପଭୋଗ କରିଥିଲେ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ମନ କି ବାତ କାର୍ଯ୍ୟକ୍ରମ ଏକ ପ୍ରଭାବଶାଳୀ ସାଧନ ବୋଲି ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ୬୦ ଜଣ ଯୁବକଙ୍କୁ ଫୁଲ ଏବଂ ବିଜେପି ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରାଯାଇଥିଲା। ଏଥିରେ ଦଳର ବରିଷ୍ଠ ନେତା ନିହାର ରାୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ଯୁବ ନେତା ଅଙ୍କୁଶ ବର୍ମା, ଶେଖ ମୁଜାଇଦ, ପ୍ରବାଳ ବାରିକ, ସୁଶାନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!