ଏସ୍‌ବିଆଇ ପକ୍ଷରୁ ରାଉରକେଲା ବିମାନବନ୍ଦରରେ ବ୍ୟବହାର ପାଇଁ ସଟଲ୍ ବସ୍ ହସ୍ତାନ୍ତର

1 min read
Spread the love

ରାଉରକେଲା ବିମାନବନ୍ଦରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଜେନେରାଲ୍ ମ୍ୟାନେଜର ଉତ୍ତମ କୁମାର ହାଜ୍ରା ଚୌଧୁରୀ ଏକ ବିମାନ ବନ୍ଦର ସଟଲ୍ ବସ୍ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ଶତପଥୀ ଙ୍କୁ ହସ୍ତାନ୍ତର କରିଛନ୍ତି।    ସିଏସ୍ଆର ଯୋଜନା ଅନ୍ତର୍ଗତ ଏସବିଆଇ ଦେଇଥିବା ଏହି ବସ୍ ବିମାନବନ୍ଦର ଟର୍ମିନାଲ୍ ଏବଂ ବିମାନ ମଧ୍ୟରେ ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ହେବ।    ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ଶତପଥୀ ନିଜର ବକ୍ତବ୍ୟରେ, ଏସବିଆଇର ଏହି ପଦକ୍ଷେପ ଏବଂ ରାଉରକେଲା ବିମାନବନ୍ଦର ସୁରୁଖୁରୁରେ ଚଳାଇବା ପାଇଁ ସାହାଯ୍ୟର ହାତ ବଢାଇବା ଥିବାରୁ ଖୁସି ବ୍ୟକ୍ତ କରିଥିଲେ। ବିମାନବନ୍ଦର ପାଇଁ ବସ୍ ପ୍ରବନ୍ଧନ ପାଇଁ ପ୍ରୟୋଜନୀୟ ପଦକ୍ଷେପ ନେଇଥିବା ଓଡିଶା ଏସବିଆଇର ସିଜିଏମ୍, ସି ଏସ ଶର୍ମାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଥିଲେ।

 ଶ୍ରୀ ଚୌଧୁରୀ ତାଙ୍କ ଅଭିଭାଷଣରେ,ଦେଶର ସବୁଠାରୁ ବଡ ଇସ୍ପାତ ନିର୍ମାତା ସେଲ ଏବଂ ୨୦୦ବର୍ଷରୁ ଅଧିକ ସମୟ ଧରି ଆର୍ଥିକ ସେବା ଯୋଗାଇ ପୁରାତନ ଆର୍ଥିକ ପ୍ରତିଷ୍ଠାନ ଏସବିଆଇ ମଧ୍ୟରେ ଏହି ସହବନ୍ଧନ ଆଗାମୀ ଦିନରେ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ସେ ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ଏସବିଆଇ, ସମ୍ବଲପୁର ଶାଖାର ଡିଜିଏମ୍, ମଦନ ମୋହନ ବାରିୟର ଏହି ସମାବେଶକୁ ସ୍ୱାଗତ କରିଥିବାବେଳେ ଏସବିଆଇ, ରାଉରକେଲା ଶାଖାର ଡିଜିଏମ୍ , ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସହରପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ, ପି କେ ସ୍ଵାଇଁ, ହସ୍ପିଟାଲ ପ୍ରଶାସନ, କ୍ରୀଡା ଓ ବିମାନବନ୍ଦର ବିଭାଗର ଜିଏମ, ଆର କେ ବର୍ମା, ଏସବିଆଇ, ରାଉରକେଲାର ଆଞ୍ଚଳିକ ପ୍ରବନ୍ଧକ, ଆଶିମ କୁମାର ଘୋଷ, ଏସବିଆଇ ଟାଉନସିପ୍ ଶାଖାର ଏଜିଏମ୍, ସରୋଜ କୁମାର ରାଉତ ଏବଂ ଆରଏସପି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏୟାର ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିମାନବନ୍ଦରରେ ସଟଲ୍ ବସ୍ ନିୟୋଜିତ କରିବାର ଏହି ସମସ୍ତ ପ୍ରକ୍ରିୟାକୁ ନିଜର କାର୍ଯ୍ୟକାଳରେ ସଂଯୋଜନା କରିଥିବା ଆରଏସପିର ପୂର୍ବତନ ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ କଲ୍ୟାଣ ବିଭାଗର ଜିଏମ, ବିଜୟ କୁମାର ରାଉତଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିମାନ ବନ୍ଦର ସଟଲ୍ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆରଏସପିର ସିଆରଏମ ବିଭାଗର ସିନିୟର ଟେକ୍ନିସିଆନ, ଅନୀଲ କୁମାର ମଲ୍ଲିକ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!