ଜାପାନରେ ହେବାକୁ ଥିବା ମହିଳା ଜୁନିୟର ଏସିଆ କପ୍‌ ହକି ନିମନ୍ତେ ଭାରତୀୟ ଦଳର ଯାତ୍ରା

1 min read
Spread the love

ଭାରତୀୟ ଜୁନିଅର ମହିଳା ହକି ଦଳ ରବିବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମ୍ମାନଜନକ ମହିଳା ଜୁନିଅର ଏସିଆ କପ୍ ୨୦୨୩ ରେ ଯୋଗଦେବା ନିମନ୍ତେ ଯାତ୍ରା କରିଛନ୍ତି। ଅନ୍ତର୍ଜାଜାତୀୟ ହକି ସଂଘ ପକ୍ଷରୁ ହେବାକୁ ଥିବା ଜୁନିୟର ବିଶ୍ୱ କପ୍‌ ନିମନ୍ତେ  ଜୁନିଅର ଏସିଆ କପ୍ ଯୋଗ୍ୟତା ଖେଳ ଅଟେ। ଏହି ଖେଳ ଜାପାନର କାକାମିଗାହାରରେ ଆସନ୍ତା ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗ୍ରୁପ୍ ପର୍ଯ୍ୟାୟରେ ପୁଲ୍ ‘ଏ’ ରେ କୋରିଆ, ମାଲେସିଆ, ଚାଇନିଜ୍ ତାଇପେଇ ଏବଂ ଉଜବେକିସ୍ତାନ ବିପକ୍ଷରେ ଭାରତୀୟ ଜୁନିୟର ମହିଳା ଦଳ ମୁକାବିଲା କରୁଥିବାବେଳେ ପୁଲ୍ ‘ବି’ ରେ ଆୟୋଜକ ଜାପାନ, ଚୀନ୍, କାଜାଖସ୍ତାନ, ହଂକଂ ଚୀନ୍ ଏବଂ ଇଣ୍ଡୋନେସିଆ ଦଳ ରହିଛି। ମହିଳା ଜୁନିଅର ଏସିଆ କପ୍ ୨୦୨୩ ଭାରତୀୟ ଜୁନିୟର ମହିଳା ହକି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ତିନି ଦେଶ ଜୁନିୟର ମହିଳା ହକି ବିଶ୍ୱକପ୍ ୨୦୨୩ ରେ ଖେଳିବା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ।

ଭାରତର ଅଭିଯାନରେ ଅଧିନାୟକ ପ୍ରୀତି ଏବଂ ଉପ ଅଧିନାୟିକା ଦୀପିକାଙ୍କ ନେତୃତ୍ୱ ନେଉଛନ୍ତି। ଏହି ଦଳରେ ସିନିୟର ଦଳ ସହିତ ଖେଳିବାର ଅଭିଜ୍ଞତା ଥିବା ଖେଳାଳି ମଧ୍ୟ ରହିଛନ୍ତି। “ଆମର ଅଭିଯାନ ଉପରେ ଆମେ ଅତ୍ୟଧିକ ଆତ୍ମଶ୍ୱାସୀଅଛୁ। ଆମର ଏକ ଭଲ, ଅଭିଜ୍ଞ ଦଳ ଅଛି। ଗତ କିଛି ମାସ ମଧ୍ୟରେ ଆମେ କଠିନ ପରିଶ୍ରମ କରିଛୁ ଏବଂ ଦଳ ଜାପାନରେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ଅଧିନାୟିକା ପ୍ରୀତି।  ଜୁନ୍‌ ୩ ତାରିଖରେ  ରେ ଭାରତ ଉଜବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଏବଂ ପରେ ଜୁନ୍ ୫ ରେ ମାଲେସିଆ ବିପକ୍ଷରେ ଖେଳିବେ। ସେହିଭଳି ଜୁନ୍ ୬ ରେ କୋରିଆ ପରେ ଚାଇନା ତାଇପେଇ ବିପକ୍ଷ ମ୍ୟାଚ୍ ହେବ। ଜୁନ୍‌ ୩ ତାରିଖରେ ଭାରତ ପ୍ରଥମ ମ୍ୟାଚ୍‌ ଭାରତୀୟ ସମୟ ୧୦ଟା ୩୦ ରେ ଖେଳିବ ବୋଲି ସୂଚନା ମିଳିଛି। ଭାରତରୁ ଯାଇଥିବା ୧୮ଜଣିଆ ଦଳରେ ଓଡ଼ିଶାର ମାଧୁରୀ କିଣ୍ଡୋ-ଗୋଲ୍‌ କିପର, ସୁଜାତା କୁଜୁର ଓ ଜ୍ୟୋତି ଛତ୍ରୀ ମଧ୍ୟମ ଭାଗ ଖେଳାଳୀ , ସୁନେଲିତା ଟପ୍ପୋ ଫରୱାର୍ଡ ଓ ଅଞ୍ଜଳି ବରୁଆ ଡିଫେଣ୍ଡରଭାବେ ଏହି ଜୁନିଅର ଦଳରେ ଭାଗ ନେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!