ଜାତୀୟ ଉପକନିଷ୍ଠ ବାଳକ ହକିରେ ଉତ୍ତର ପ୍ରଦେଶ ବିଜୟୀ
1 min read
ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶାକୁ ହରାଇ ଉତ୍ତର ପ୍ରଦେଶ ଚମ୍ପିୟାନ ହୋଇଛି ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ୍ ଖେଳରେ ଉତ୍ତର ପ୍ରଦେଶ ଦଳ ଓଡ଼ିଶାକୁ ୭-୧ ଗୋଲ୍ରେ ହରାଇ ବିଜୟୀ ହୋଇଛି ଖେଳ ଆରମ୍ଭରୁ ଉତ୍ତର ପ୍ରଦେଶ ଦଳ ପ୍ରଭାବ ବିସ୍ତାର କରି ପ୍ରଥମାର୍ଦ୍ଧ ସୁଦ୍ଧା ଅଗ୍ରଣି ରହିଥିଲା ଦ୍ବିତୀୟାର୍ଦ୍ଧର ଶେଷ ଆଡ଼କୁ ଓଡ଼ିଶା ଦଳ ଗୋଟିଏ ମାତ୍ର ଗୋଲ୍ ଦେବାରେ ସଫଳ ହୋଇଥିଲା ଉତ୍ତର ପ୍ରଦେଶ ଦଳର ଉଜ୍ଜ୍ବଳ ପାଲ ୩ଟି ବ୍ୟକ୍ତିଗତଭାବେ ପେନାଲ୍ଟି କର୍ଣ୍ଣର ସହାୟତାରେ ତିନୋଟି ଗୋଲ୍ ଦେଇଥିଲେ ଏହା ସହିତ ଏହି ଚମ୍ପିୟାନସିପ୍ରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି ସେହିଭଳି ହରୟାନା ତୃତୀୟ ଓ ମଧ୍ୟ ପ୍ରଦେଶ ୪ର୍ଥ ସ୍ଥାନରେ ରହିଛି ଏହା ସହିତ ପଞ୍ଜାବ ଓ ଚଣ୍ଡିଗଡ଼ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛି ଏହି ଅବସରରେ ହୋଇଥିବା ସଭାରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତ୍ରିର୍କୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏହା ସହିତ ୧୮ ତାରିଖରୁ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳକ ହକି ଚମ୍ପିୟାନସିପ ଶେଷ ହୋଇଛି