ରାଉରକେଲା ଶିଳ୍ପ ଓ ବଣିକ ସଂଘର ୨୦୨୩-୨୪ ବର୍ଷ ପାଇଁ ନିର୍ବାଚନ : ସଭାପତି ଓ ସମ୍ପାଦକ ନିର୍ଦ୍ଦ୍ବନ୍ଦରେ ନିର୍ବାଚିତ

1 min read
Spread the love

ରାଉରକେଲା ଶିଳ୍ପ ଓ ବଣିକ ସଂଘର ୨୦୨୩-୨୪ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ନିର୍ବାଚନ ପୂର୍ବରୁ ସଂଘର ସଭାପତିଭାବେ ବର୍ତ୍ତମାନର ସମ୍ପାଦକ ସୁନିଲ କାୟଲ ନିର୍ବାଚିତ ହୋଇଛନ୍ତି୤ ସେହିଭଳି ସମ୍ପାଦକଭାବେ ପ୍ରଭାତ ଟେବ୍ରିୱାଲ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ୤ ଅନ୍ୟପକ୍ଷରେ ନିର୍ବାଚନରେ ଉପାଧ୍ୟକ୍ଷ ଭାବରେ ଗୁରୁମିତ ସିଂ ନିକଟତମ ପ୍ରତିଦ୍ୱନ୍ଦୀ ନରେଶ ଅଗ୍ରୱାଲ ପରାସ୍ତ କରି ବିଜୟୀ ହୋଇଛନ୍ତି। ସଂପାଦକ ଅର୍ଥ ବିଭାଗରେ ସନ୍ତୋଷ ଅଗ୍ରୱାଲ, ସଂପାଦକ ରେଳାବାଇ ସଂଯୋଜନାରେ ରିସି ଆର୍ୟା, ସଂପାଦକ ସେଲ୍‌ ସଂଯୋଜନାରେ ରାଜୁ ମିତ୍ତଲ, ସଂପାଦକ ବ୍ୟାଙ୍କି, ଟେକ୍ସଟାଇଲା ଓ ଆଇନ ବିଭାଗରେ ମନିଶ ମୋଦୀ, ସଂପାଦକ ସାଧାରଣ ପ୍ରଶାସନ ବିଭାଗରେ ମନୋଜ ରାତେରିଆ, ସଂପାଦକ ଫାଉଣ୍ଡି ଫେବ୍ରିସେଶନ ବିଭାଗରେ ସିଦ୍ଧାର୍ଥ କୋଚାର, ସଂପାଦକ ସାଧାରଣ ଶିଳ୍ପ ବର୍ଗରେ ରୋହିତ ଗର୍ଗ, ସଂପାଦକ ଲୌହ ଓ ଇସ୍ପାତ ଏବଂ କୋଇଲା ବିଭାଗରେ ପୱନ ବାଗାଡ଼ିଆ, ସଂପାଦକ ଟ୍ରେର୍ଡ଼ ଆଣ୍ଡ କମର୍ସ ବିଭାଗରେ ସଂଜୟ ପୋଦାର, ସଂପାଦକ ଏଜେନ୍ସି ବିଭାଗରେ ଦିନ ଦୟାଲ ଅଗ୍ରୱାଲଙ୍କ ସମେତ ସଂପାଦକ ସୂଚନା ଓ ପ୍ରଯୁକ୍ତି ବିଭାଗରେ ପ୍ରମୋଦ ନାଟୁଲ୍ୟ ନିର୍ବାଚିତ ହୋଇଛନ୍ତି୤ ଏହା ସହିତ କାର୍ଯ୍ୟକାରୀ ପରିଷଦର ସଭ୍ୟ ଭାବେ ଗୁରୁମିନ୍ଦର ସିଂ, ନିମୁ ଜୈନ ଓ ପ୍ରବୀଣ ଜୈନ ବିଜୟୀ ହୋଇଛନ୍ତି । ରବିବାର ସକାଳ ୮ଟାରୁ ସଂଘର କାର୍ଯ୍ୟାଳୟ ପରିସରରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା୤ ସଂଘର ପ୍ରାୟ ୧୧ଶହ ସଦସ୍ୟମାନଙ୍କ ମଧ୍ୟରୁ ପ୍ରାୟ ୬୦୦ ସଦସ୍ୟ ଭାଗ ନେଇଥିବା ସୂଚନା ମିଳିଛି୤ ନିର୍ବାଚନ ପରିଚାଳନା ଅଧ୍ୟକ୍ଷଭାବେ ବରିଷ୍ଠ ସଦସ୍ୟ ରାଧେଶ୍ୟାମ ଅଗ୍ରୱାଲ, ସହ ଅଧ୍ୟକ୍ଷଭାବେ ସୁଭାସ ଅଗ୍ରୱାଲଙ୍କ ତତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟା ୫ ଟା ପରେ ଫଳାଫଳ ଘୋଷଣା ହୋଇଥିଲା୤ସମସ୍ତ ବିଜୟୀ କର୍ମକର୍ତ୍ତାଙ୍କୁ ବର୍ତ୍ତମାନର ସଭାପତି ସୁବ୍ରତ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!