ଏକତ୍ର ରାଉରକେଲା ପକ୍ଷରୁ ନାଟ୍ୟ ପଠନ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ୨୪ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଅନୁଷ୍ଠାନ ‘ଏକତ୍ର’ ପକ୍ଷରୁ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ନାଟ୍ୟ ପଠନ ବା ନାଟକ ପଠନ କାର୍ଯ୍ୟକ୍ରମ୤ ବିଭିନ୍ନ ସ୍ଥାନରେ କବିତା ଓ ଗଳ୍ପ କିମ୍ବା ପ୍ରବନ୍ଧ ପଠନ ହେଉଥିଲାବେଳେ ଏକତ୍ର ପକ୍ଷରୁ ଅନୁଷ୍ଠିତ ହୋଇଥିଲା ନାଟକ ପଠନ କାର୍ଯ୍ୟକ୍ରମ୤ ଏକତ୍ର ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଲେଖକ ଓ ସଙ୍ଗଠକ ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଛେଣ୍ଡ୍‌ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ଓ ଶିକ୍ଷାବିତ୍‌ ଡ ସଞ୍ଜୟ ହାତୀ ପଠନ କରିଥିଲେ ତାଙ୍କ ରଚିତ ନାଟକ ‘ବିଦ୍ୟୁତ ଚୁଲା’୤

ଅନ୍ୟତମ ନାଟ୍ୟକାର ଓ ନାର୍ଟ୍ୟ ବ୍ୟକ୍ତିତ୍ବ ପଲ୍ଲବ ଚାଟାର୍ଜୀ ପଠନ କରିଥିଲେ ‘ ଅଲ୍ଲୀ ଫେରିଛି କି ?୤ ସବୁଠାରୁ ବଡ଼ କଥା ହେଉଛି ନିଜେ ନାଟ୍ୟକାର ନାଟକୀୟ ଛଟା ଓ ଶୈଳୀ ମାଧ୍ୟମରେ ନିଜର ନାଟକକୁ ପଠନ କରିବା୤ ଏହି ଅବସରରେ ଏକତ୍ର ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!