ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ଗୋମନ୍ଦିର ଗୋଷାଳାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଗୋ-ମାତାଙ୍କୁ ୫୬ଭୋଗ ଅର୍ପଣ

1 min read
Spread the love

ରାଉରକେଲା ସହରର ଅନ୍ୟତମ ବ୍ୟବସାୟିକ ସଂସ୍ଥା ଗୃହସ୍ଥିଅ ଉଦ୍ୟୋଗ ପକ୍ଷରୁ ପୁରୁଣା ଛେଣ୍ଡ୍‌ ଅଞ୍ଚଳାରେ ଥିବା ଗୋମନ୍ଦିର-ଗୋଶାଲା ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଗୋ-ମାତାମାନଙ୍କୁ ୫୬ଭୋଗ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି୤ ଗୃହସ୍ଥି ଉଦ୍ୟୋଗର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଗଣେଶ ପ୍ରସାଦ ବାଗାଡ଼ିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୃହସ୍ଥି ପକ୍ଷରୁ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତ ଅଗ୍ରୱାଲ, ମହାପ୍ରବନ୍ଧକ ସିତାରାମ ବାଗାଡ଼ିଆଙ୍କ ସମେତ ଲୋକ ସମ୍ପର୍କ ଅଧିକାରୀ ତଥା ବ୍ୟାଙ୍କି ଯୋଗାଯୋଗ ଅଧିକାରୀ ପ୍ରଦୀପ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ୤ ଏହି କାର୍ଯ୍ୟକ୍ରମରେ ନେସନ ଫାଷ୍ଟ ଟିଭିର ପ୍ରତିଷ୍ଠାତା ନିର୍ଦ୍ଦେଶକ ସଞ୍ଜୟ ସାହୁଙ୍କ ସମେତ ସାମାଜିକ ସଙ୍ଗଠନ ଦ ହ୍ୟୁମାନିଟି ଫାଉଣ୍ଡେସନର ସଭାପତି ଦିପ୍ତି ସୁନ୍ଦରାୟ ଏବଂ ତାଙ୍କର ଦଳ, ଆଦିବାସୀ ସୋସିଓ ଇକୋନୋମିକ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ର ଅଧ୍ୟକ୍ଷ ଲଳିତା ସାମଦ ଓ ତାଙ୍କ ଦଳ ର ସଦସ୍ୟମାନେ ସ୍ବତନ୍ତ୍ର ଯଜମାନ ବା କର୍ତ୍ତାଭାବେ ଯୋଗଦେଇଥିଲେ୤ ପ୍ରଥମେ ଗୃହସ୍ଥି ଉଦ୍ୟୋଗ ପକ୍ଷରୁ ଯୋଗଦେଇଥିବା ଯଜମାନମାନଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଥିଲା୤ ଏହାପରେ ଏହି ଯଜମାନ ଏବଂ ଗୃହସ୍ଥି ଉଦ୍ୟୋଗର କର୍ମକର୍ତ୍ତାମାନେ ଗୋ-ମାତାମାନଙ୍କ ପ୍ରସ୍ତୁତ ୫୬ଭୋଗ ବା ପ୍ରାୟ ୬୦ ପ୍ରକାରରୁ ଊର୍ଦ୍ଧ୍ବ ଖାଦ୍ୟ ପଦାର୍ଥକୁ ମିଶାଇ ଥିଲେ୤ ଶେଷରେ ଏହି ଖାଦ୍ୟସବୁକୁ ଗୋ-ମନ୍ଦିର-ଗୋଶାଳାରେ ଥିବା ଶତାଧିକ ଗୋ-ମାତାମାନଙ୍କୁ ନିଜ ହାତରେ ଖୁଆଇଥିଲେ୤ ଏହା ପୂର୍ବରୁ ପ୍ରଫେସର ଉମାକାନ୍ତ ପଣ୍ଡାଙ୍କ ଦ୍ବାରା ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ସହିତ ଏକ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା୤ ଏକ ସୁନ୍ଦର ତଥା ଆକର୍ଷଣୀୟ ପ୍ରାକୃତିକ ପରିବେଶ ମାଧ୍ୟମରେ ଉପସ୍ଥିତ ବ୍ୟକ୍ତିମାନଙ୍କ ଦ୍ବାରା ଗୋ-ମାତାମାନଙ୍କୁ ଖାଦ୍ୟ ପରିବେଷଣ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା୤ ଶେଷରେ ଯଜମାନଭାବେ ଯୋଗଦେଇଥିବା ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମ ଅବସରରେ ଅର୍ଜନ କରିଥିବା ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ୤ ଏହି ଅଭିଜ୍ଞତା ମଧ୍ୟରେ ଗୋମନ୍ଦିର-ଗୋଶାଳା ଦ୍ବାରା ହେଉଥିବା କାର୍ଯ୍ୟକୁ ପ୍ରଶଂସା କରାଯିବା ସହ ଏହା ଏକ ନିଆରା ଉଦ୍ୟମ ବୋଲି ସୂଚନା ଦିଆଯାଇଥିଲା୤ ଏହିଭଳି କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କ ପାଇଁ ଭିନ୍ନ ଏକ ଅନୁଭବ ସଂଗ୍ରହ କରିବାରେ ସହାୟକ ହୋଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!