ଶ୍ରୀଜଗନ୍ନାଥ କଳା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ କଳା ମହୋତ୍ସବ-ପୁଷ୍ପାଞ୍ଜଳି ଉଦ୍‌ଯାପିତ

1 min read
Spread the love

ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ସହରର ସିଭିକ ସେଣ୍ଟରଠାରେ ଶ୍ରୀଜଗନ୍ନାଥ କଳା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ କଳା ମହୋତ୍ସବ-ପୁଷ୍ପାଞ୍ଜଳି ରବିବାର ଉଦ୍‌ଯାପିତ ହୋଇଯାଇଛି୤ ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟ ଦଳମାନେ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିଲେ୤ ପରିଷଦର ସଂସ୍ଥାପକ ପୁଷ୍ପା ମିଶ୍ରଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ବିଭିନ୍ନ ପ୍ରକାରର ଶାସ୍ତ୍ରୀୟ ଓ ଅଣଶାସ୍ତ୍ରୀୟ ନୃତ୍ୟକୁ ସହରର କଳାପ୍ରେମୀ ଦର୍ଶକମାନେ ଉତ୍ସାହିତ କରିଥିଲେ୤

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ୤ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ସହିତ ପ୍ରସାର ଓ ପ୍ରଚାର ଦିଗରେ ଶ୍ରୀଜଗନ୍ନାଥ କଳା ପରିଷଦର ଭୂମିକାକୁ ଶ୍ରୀ ନାୟକ ପ୍ରଶଂସା କରିଥିଲେ୤ ଏଥିରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ବ ତଥା ଶିକ୍ଷାବିତ୍‌ ପ୍ରଫେସର ସମର ମୁଦାଲି , ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ବ ତଥା ନାଟ୍ୟକାର, ରାଜଗାଙ୍ଗପୁରର ବ୍ୟବସାୟୀ କମଳ ଅଗ୍ରୱାଲ ଓ ଅନିତା ଅଗ୍ରୱାଲ, ସମାଜସେବୀ ତଥା ସଙ୍ଗଠକ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ୤ ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!