ସିଆଇଟିୟୁ ପକ୍ଷରୁ ଭାରତୀୟ ସମ୍ବିଧାନ , ସାଂପ୍ରତିକ ସ୍ଥିତି ଓ ଆହ୍ବାନ ଶୀର୍ଷକ ଆଲୋଚନା ଚକ୍ର
1 min read
କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସିଆଇଟିୟୁ ପକ୍ଷରୁ ଭାରତୀୟ ସମ୍ବିଧାନ , ସାଂପ୍ରତିକ ସ୍ଥିତି ଓ ଆହ୍ବାନ ଶୀର୍ଷକ ଆଲୋଚନା ଚକ୍ର ରାଉରକେଲାଥାରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନାରେ ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ବରିଷ୍ଠ ଶ୍ରମିକ ନେତା ତଥା ସିଆଇଟିୟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି , ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ବରିଷ୍ଠ ଶିକ୍ଷାବିତ୍ ଡା ପ୍ରଭାତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଅବସରରେ ସାମ୍ପ୍ରତିକ ସମୟରେ ଭାରତୀୟ ସମ୍ବିଧାନ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏହାର ସାମ୍ଭାବ୍ୟ ସମାଧାନ ସମ୍ପର୍କରେ ଆଳୋଚନା କରିଥିଲେ। ବିଶେଷ କରି କେନ୍ଦ୍ରରେ ଶାସନ କରୁଥିବା ଏନ୍ଡିଏ ସରକାର ବାରମ୍ବାର ସାମ୍ବିଧାନିକ ବ୍ୟବସ୍ଥାକୁ ବିପନ୍ନ କରାଯାଉଥିବା ସମ୍ପର୍କରେ ଉଦାହରଣ ଦେଇ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।