ହୁମାନିଟି ଫାଉଣ୍ଡେସନ୍ ପକ୍ଷରୁ ଶିଶୁ ସେବା କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ସଙ୍ଗଠନ ଦ ହ୍ୟୁମାନିଟି ଫାଉଣ୍ଡେସନ୍ ପକ୍ଷରୁ ଶିଶୁ ସେବା କାର୍ଯ୍ୟ କରାଯାଇଛି। ସୂଚନା ମୁତାବକ ଦୁଇଟି ଛୋଟ ଛୁଆ ନିଜ ବାପା ଓ ମା ଙ୍କ ଠାରୁ ସ୍ନେହ ଶ୍ରଦ୍ଧା ନପାଇ ରାସ୍ତାରେ ବୁଲୁଥିବା ସମୟରେ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ଫାଉଣ୍ଡେସନ୍ ର ସଦସ୍ୟମାନେ ଛୁଆ ଦୁଇଜଣଙ୍କ ସମ୍ପର୍କରେ ବୁଝାବୁଝି କରିଥିଲେ। ସମସ୍ତ ବିଷୟ ବୁଝିବା ପରେ ଫାଉଣ୍ଡେସନର ସଦସ୍ୟମାନେ ଘଟଣା ସମ୍ପର୍କରେ ପୋଲିସ୍କୁ ସୂଚନା ଦେଇଥିଲେ। ପରେ ଛୁଟା ଦୁଇଜଣଙ୍କୁ ଦିଶା- ଚାଇଲ୍ଡ ଲାଇନ ରେ ପହଞ୍ଚି ସେଠାରେ ଛାଡ଼ିଥିଲେ। ଏହା ସହିତ ଦିଶା-ଚାଇଳ୍ଡ ଲାଇନର ପ୍ରତିଷ୍ଠାତା ଅବଦୁଲ କାଲାମ ଙ୍କ ସହିତ ଭେଟି ତାଙ୍କ ସହିତ କିଛି ସମୟ ବିତାଇବା ସହ ଦିଶାର କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟରେ ଫାଉଣ୍ଡେସନ୍ର ବିଜୟାନନ୍ଦ ସୁନ୍ଦରାୟ, କଲ୍ୟାଣୀ ଦାସ, ବିଶ୍ୱଜିତ୍ ରାଉତ, ଅରୁନ୍ଧତି ସ୍ବାଇଁ, ନିର୍ମଳା ମାଡାମ, ଦିପ୍ତି ସୁନ୍ଦରାୟ ପ୍ରମୁଖ ସାମିଲ ହୋଇଥିଲେ।