ଆୟକର କର୍ମଚାରୀ ମହାସଂଘ ଓ ଆୟକର ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟକ୍ରମ

1 min read
Spread the love

ନୂଆ ପେନ୍‌ସନ୍ ଯୋଜନା ପ୍ରତିବାଦରେ ଆୟକର କର୍ମଚାରୀ ମହାସଂଘ ଓ ଆୟକର ଅଧିକାରୀ ସଂଘ ରାଉରକେଲା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ଆୟକର କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ ସାମିଲ ହୋଇଥିଲେ। ପୁରୁଣା ପେନ୍‌ସନ୍‌ ଯୋଜନାକୁ ଲାଗୁ କରିବା ନିମନ୍ତେ ଏହି ବସରରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଆଇଟିଇଏଫ୍‌ ଶାଖା ସମ୍ପାଦକ ଶ୍ୟାମନନ୍ଦନ କୁମାର ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଆୟକର ଅଧିକାରୀ ସଂଘ ରାଉରକେଲାର କ୍ଷୀରୋଦ ରଞ୍ଜନ ମଣ୍ଡା, ପ୍ରଭାତ କୁମାର, ହରିହର ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏହା ସହିତ ରାଉରକେଲାର ରତ୍ନାକର ସାମଲ, ଏମ୍‌ଏସ୍‌ ମୁର୍ମୁ, ବିଘ୍ନେଶ ମିଶ୍ର, ପଙ୍କଜ କୁମାର, କମଳ ସିହ୍ନା, ଅନୀଲ ପ୍ରଧାନ, ରାଜୁ ରଜକ, ମନୀଷ କୁମାର, ସରସ୍ବତୀ ସାହୁ, ମନୋଜ କୁମାର, ସୁମନ କୁମାରୀ, ବିକାଶ ପ୍ରସାଦ ସେମାନଙ୍କ ପରିବାର ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!