ବରିଷ୍ଠ ସଙ୍ଗଠକ ଓ ସାହିତ୍ୟିକ ରାଜୀବ ପାଣିଙ୍କ ‘ଭାରତୀୟ ଦର୍ଶନ ଓ ଗୁରୁକୁଳ’ ପୁସ୍ତକର ଉନ୍ମୋଚନ

1 min read
Spread the love

ରାଉରକେଲା ସହରର ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ସେବାଶ୍ରମଠାରେ ବରିଷ୍ଠ ସଙ୍ଗଠକ ଓ ସାହିତ୍ୟିକ ରାଜୀବ ପାଣିଙ୍କ ‘ଭାରତୀୟ ଦର୍ଶନ ଓ ଗୁରୁକୁଳ’ ପୁସ୍ତକର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଅତିଥିଭାବେ ଡ ସ୍ବାମୀ ଅଦୈତାନନ୍ଦ ମହାରାଜ , ଶିକ୍ଷାବିତ୍‌ ଉପେନ୍ଦ୍ରନାଥ ଷଡ଼ଙ୍ଗୀ , ଆଶ୍ରମର ପରିଚାଳିକା ତଥା ଶିକ୍ଷାବିତ୍‌ ଡ ସରୋଜିନୀ ପତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କବି ଅଙ୍ଗୁରବାଳା ପରିଡ଼ା ସଞ୍ଚାଳନ କରିଥିଲେ। ଏହି ଅବସରରେ ଯୋଗଦେଇଥିବା ଅତିଥି ଓ ବକ୍ତାମାନେ ଭାରତୀୟ ଦର୍ଶନ ଓ ଗୁରୁକୁଳ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସାହିତ୍ୟିକ ରାଜୀବ ପାଣି ତାଙ୍କ ବକ୍ତବ୍ୟରେ କଳ୍ପତରୁ ସେବାଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ପର୍ଶୁରାମ ପଣ୍ଡାଙ୍କ ପ୍ରୋତ୍ସାହନରେ ଏହି ପୁସ୍ତକ ରଚନା କରିଥିବା କହିଥିଲେ। କାର୍ଯ୍ୟକ୍ରମରେ ସେବାଶ୍ରମର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!