ଛାତ୍ର କଂଗ୍ରେସ ପକ୍ଷରୁ ଇଏସ୍‌ଆଇ ହସ୍‌ପିଟାରେ ରେଫେରାଲ ବ୍ୟବସ୍ଥା ପୁନଃ ଆରମ୍ଭ ନିମନ୍ତେ ଦାବି

1 min read
Spread the love

ଇଏସ୍‌ଆଇ ମଡେଲ ହସପିଟାଲରେ ଚାଲିଥିବା ବିଭିନ୍ନ ଅବ୍ୟବସ୍ଥାର ତୁରନ୍ତ ସମାଧାନ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ବରେ କଂଗ୍ରେସର ପ୍ରତିନିଧି ମଣ୍ତଳି ହସପିଟାଲର ଅଧିକ୍ଷକ ଡା. ଜୟନ୍ତୀ ବେହେରାଙ୍କ ସହ ସାକ୍ଷାତ ଆଲୋଚନା କରିବାସହ ଦାବିପତ୍ର ପ୍ରଦାନ କରିଥିଲେ। ଦଳ ପକ୍ଷରୁ ଉପସ୍ଥାପିତ ଦାବିଗୁଡ଼ିକ ମଧ୍ୟରେ ବେସରକାରୀ ହସପିଟାଲକୁ ରେଫରାଲ ବ୍ୟବସ୍ଥାର ପୁନଃ ପ୍ରଚଳନ, ସ୍ଥାନୀୟ ଡାକ୍ତରଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାନଯିବା, ମଡେଲ ହସପିଟାଲର ଭିତ୍ତିଭୂମି ବିକାଶ କରି ସୁପର ସ୍ପେଶାଲିଟି ହସପିଟାଲରେ ପରିଣତ କରିବାକୁ ଦାବି କରିଥିଲେ। ଏହା ସହିତ ଦାବି ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ ଚେତାବନୀ ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ପ୍ରବୋଧ ଦାସ, ମହିଳା କଂଗ୍ରେସ ନେତ୍ରୀ ନିରୁପମା ବଳିୟାର ସିଂହ, ଶିବୁ ପ୍ରସାଦ ଦୀପ, ବାସୁଦେବ ବାନାର୍ଜୀ, ପ୍ରସନ୍ନ ବଳିୟାର ସିଂହ, ସଦାବ ଅହମ୍ମଦ, ବାବୁଲି ଢୋଲିଆ, ବାବୁ ବିଶ୍ବାଳ, ମୋତିଲାଲ ଦୀପ, ବିବେକ ସାହୁ, ସମୀର ସାମନ୍ତରାୟ, ମାନସ ପ୍ରଧାନ, ଅନୁରାଗ ବିଶ୍ବାଳ, ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!