ଟ୍ରାଫିକ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା : ଅଭିଯୁକ୍ତ ଟ୍ରକ୍‌ ଚାଳକକୁ ଅଟକ ରଖି ପୋଲିସର ତଦନ୍ତ

1 min read
Spread the love

ଗୁରୁବାର ରାଉରକେଲା ସହରର ବିଶ୍ରା ଛକରୁ ଏକ ଟ୍ରକ୍‌ ଟ୍ରାଫିକ ଗେଟ୍‌ ଛକ ଆଡ଼କୁ ଆସୁଥିଲା। ଏହି ସମୟରେ ରିଜର୍ଭ ପୋଲିସ ଓ ପ୍ଲାଣ୍ଟସାଇଟ ଥାନାର ସବ୍‌ଇନ୍ସପେକ୍ଟର ଏସ୍‌ କେ ସ୍ବାଇଁଙ୍କ ସମେତ ଅନ୍ୟ ପୋଲିସ କର୍ମୀ ଓ ଟ୍ରାଫିକ ପୋଲିସ କର୍ମୀ ସୁଧାଂଶୁ ପଟେଲ ଉପସ୍ଥିତ ଥିଲେ। ପୋଲିସ କର୍ମୀମାନେ ଗାଡ଼ି ଚଳଇବା ନିୟମ ଉଲ୍ଲଙ୍ଘନ କରିଥିବା ଟ୍ରକ୍‌ ଚାଳକକୁ ଡାକି ତା ବିରୋଧରେ କାହିଁକି ଜରିମାନା ଲଗାଯିବ ନାହିଁ, ସେ ନେଇ କଥାବାର୍ତ୍ତା ଚାଲିଥିଲା। ଏହି ସମୟରେ ଟ୍ରକ୍‌ ଚାଳକ ଉତ୍ୟକ୍ତ ହୋଇ ଟ୍ରାଫିକ୍‌ କର୍ମଚାରୀ ଶ୍ରୀ ପଟେଲଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଶ୍ରୀ ପଟେଲ ଏହି ଘଟାଣାକୁ ନେଇ ପ୍ଲାଣ୍ଟସାଇଟ ପୋଲିସ ଥାନାରେ ଏକ ମାମଲା ଦାୟର କରିଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଟ୍ରକ୍‌ ଚାଳକକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଟ୍ରକ୍‌ ଚାଳକ କିଛି ବ୍ୟକ୍ତିଗତ କାରଣକୁ ନେଇ ମାନସିକ ସ୍ତରରେ ବିବ୍ରତ ଥିବାରୁ ପୋଲିସ କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!