ସେକ୍ଟର-୮ ଅଞ୍ଚଳରେ ଜଳିଗଲା ବିଚିତ୍ର ଡେକୋରେସନ ସଂସ୍ଥାର ଗୋଦାମ ଘର
1 min read
ରାଉରକେଲା ସହରର ସେକ୍ଟର-୮ ଚିପ୍ ଟାଇପ ମାର୍କେଟ୍ରେ ଥିବା ବିଚିତ୍ର ଡେକୋରେଟର ସଂସ୍ଥାର ଗୋଦାମ ଘରେ ଗୁରୁବାର ଅପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହି ନିଆଁ ଲାଗିବା ଯୋଗୁଁ ଗୋଦାମରେ ଥିବା ବିଭିନ୍ନ ଡେକୋରେସନ ସାମଗ୍ରୀ ଯଥ୍ଗା କାଠ ବ୍ୟାଟେନ ଓ କପଡ଼ା ଆଦି ଜଳି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ। ନିଆଁ ଲାଗିବା ପରେ ରାଉରକେଲା ସରକାରୀ ଅଗ୍ନିସମ ବାହିନୀକୁ ସୂଚନା ଦିଆଯାଇଥିଲା। ଅଗ୍ନିସମ ବାହିନୀର କର୍ମୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଅନେକ କିଛି ନଷ୍ଟ ହୋଇଯାଇଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ିବାହିଁ।