କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ଇ-କମର୍ଶ ସମର୍କୀତ ଆଲୋଚନା ଚକ୍ର ଆୟୋଜିତ
1 min read
ରାଜ୍ୟ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ରାଉରକେଲା ଶିଳ୍ପ ଓ ବଣିକ ସଂଘ ସହଯୋଗରେ ସଂଘ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ଇ-କମର୍ଶ ସମର୍କୀତ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ସାରା ଦେଶରେ ଥିବା ଲକ୍ଷାଧିକ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ଗୋଟିଏ ଛାତ ତଲେ ଆଣି ଗତ ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଛି ଓପନ ନେଟୱାର୍କ ଡିଜିଟାଲ କମର୍ଶ ପ୍ଲାଟଫର୍ମ-ଓଏନ୍ଡିସି ବ୍ୟବସ୍ଥା। ବହୁଦେଶୀୟ କମ୍ପାନୀମାନଙ୍କ ଦ୍ୱାରା ଚାଲିଥିବା ଇ-କମର୍ଶ ବ୍ୟବସ୍ଥା ସହିତ ତାଳ ଦେଇ ଚାଲିବା ପାଇଁ ଆରମ୍ଭ ହୋଇଥିବା ଓଏନଡିସି ବ୍ୟବସ୍ଥା ମାଧ୍ୟମରେ ସହଜ ଓ ସୁବିଧାରେ ଉଭୟେ କ୍ରେତା ଓ ବିକ୍ରେତାମାନେ ସେମାନଙ୍କର ଉତ୍ପାଦ କିଣାବିକା କରିପାରିବେ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି। ଜାତୀୟ ବ୍ୟବସାୟୀ ସଂଘର ବରିଷ୍ଠ କର୍ମକର୍ତ୍ତା ବ୍ରିଜ ମୋହନ ଅଗ୍ରୱାଲ, ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ଶୁବ୍ରତ ପଟ୍ଟନାୟକ ଓ ସମ୍ପାଦକ ସୁନିଲ କାୟଲଙ୍କ ସମେତ ରାଜ୍ୟ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ବିଭାଗର ଅଧିକାରୀମାନେ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଏଥିରେ ବଣିକ ସଂଘର ସଦସ୍ୟଥିବା ଅନେକ ସଦସ୍ୟ ଉପସ୍ଥିତ ରହି ଓଏନ୍ଡିସି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଏହାର କାର୍ଯ୍ୟକାରୀତା ଓ ପରିଚାଳନା ସମ୍ପର୍କରେ ଅବଗତ ହୋଇଥିଲେ। ଆସନ୍ତା ଦିନରେ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଉଭୟେ କ୍ରେତା ଓ ବିକ୍ରେତା ଲାଭବାନ ହେବେ ବୋଲି ଆଶା କରାଯାଉଛି।