ଆନ୍ତର୍ଜାତୀୟ ମାନବାଧିକାର ଡିଫେଣ୍ଡର ସଙ୍ଗଠନ ସୁନ୍ଦରଗଡ ଜିଲ୍ଲା ବୋର୍ଡ ପକ୍ଷରୁ ନୂତନ ଆରକ୍ଷୀ ଅଧୀକ୍ଷଙ୍କୁ ଶୁଭେଚ୍ଛା ଓ ସ୍ୱାଗତ
1 min read
ଆନ୍ତର୍ଜାତୀୟ ମାନବାଧିକାର ଡିଫେଣ୍ଡର ସଙ୍ଗଠନ ସୁନ୍ଦରଗଡ ଜିଲ୍ଲା ବୋର୍ଡର ସଭାପତି ମହମ୍ମଦ ପରବେଜ ଏବଂ ସଙ୍ଗଠନର ଅନ୍ୟ ସଦସ୍ୟମାନେ ରାଉରକେଲାରେ ଯୋଗଦେଇଥିବା ନବ ନିର୍ବାଚିତ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ସ୍ୱାଗତ କରିଛନ୍ତି। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ସିସିଟିଭି କ୍ୟାମେରାର ଯଥାଶୀଘ୍ର କାର୍ଯ୍ୟକ୍ଷମ ନିମନ୍ତେ ଦାବି କରିଥିଲେ। ଏ ସମ୍ପର୍କରେ ଶ୍ରୀ ମହାପାତ୍ର ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।