ଏକତ୍ର ପକ୍ଷରୁ ନାଟ୍ୟ ଆଲୋଚନା ଚକ୍ର ଆୟୋଜିତ

1 min read
Spread the love

ରାଉରକେଲା ସହରର ୨୪ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଅନୁଷ୍ଠାନ ‘ଏକତ୍ର’ ପକ୍ଷରୁ ନାଟ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ସେକ୍ଟର-୭ ସ୍ଥିତ ମଧୁମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଥିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ଡ ନବଦୀନ ପରିଡ଼ା , ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ନାଟ୍ୟକାର ତଥା ପ୍ରାଧ୍ୟାପକ ଡା ସଞ୍ଜୟ ହାତୀ ପ୍ରମୁଖ ଆଳୋଚକଭାବେ ଯୋଗଦେଇଥିଲେ। ଏକତ୍ର ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ତଥା ସଙ୍ଗଠକ ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ‘ଦୃଶ୍ୟ କାବ୍ୟରେ ଦୃଶ୍ୟତ୍ବ’ ଶୀର୍ଷକ ଆଲୋଚନାରେ ନାଟକ ବିଭିନ୍ନ କଳାକୌଶଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରାଉରକେଲା ସହରର ବିଭିନ୍ନ ବର୍ଗର ନାଟ୍ୟ କର୍ମୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!