ଆକ୍ସନ୍ ମୋଡ୍‌ରେ ନବନିଯୁକ୍ତ ରାଉରକେଲା ଆରକ୍ଷୀ ଅଧୀକ୍ଷକ

1 min read
Spread the love

ସୋମବାର ଦିନ ରାଉରକେଲା ପୋଲିସ ଜିଲ୍ଲାର ମୁଖିଆଭାବେ ଯୋଗଦେଇଥିଲେ ମିତ୍ରଭାନୁ ମହାପାତ୍ର। ଏହି ସମୟରେ ସାମ୍ବାଦିକମାନଙ୍କ ସହିତ ଅନୌପଚାରିକ ଆଲୋଚନା ସମୟରେ ପୋଲିସ୍‌କୁ ଅଧିକ ଲୋକାଭିମୁଖୀ କରିବାପାଇଁ ସେ ସମସ୍ତ ଉଦ୍ୟମ କରିବେ ବୋଲି କହିଥିଲେ। ଏହି କ୍ରମରେ ମଙ୍ଗଳବାର ଦିନ ଶ୍ରୀ ମହାପାତ୍ର ଡୀଏସ୍‌ପି ସୁବ୍ରତ କୁମାରଙ୍କୁ ପିସିଆର୍‌ ବିଭାଗରୁ ନେଇ ଜୋନ୍‌-୧ ର ଡିଏସ୍‌ପି ଏବଂ ମୁଖ୍ୟାଳୟରେ ଥିବା ଡିଏସ୍‌ପି ଅନିଲ ପ୍ରଧାନଙ୍କୁ ବିଶ୍ରା ଛକଠାରେ ଥିବା ଜୋନ୍‌-୨ କାର୍ଯ୍ୟାଳୟର ଡିଏସ୍‌ପିଭାବେ ଅବସ୍ଥାପିତ କରିଛନ୍ତି। ଏହା ସହିତ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରାଙ୍କୁ ମୁଖ୍ୟାଳୟରେ ଥିବା ଆଇୟୁସିଏଅଡବ୍ଲ୍ୟୁ ବା ମହିଳାମାନଙ୍କ ଉଦ୍ଦିଷ୍ଟ ଅପରାଧ ଶାଖା ଏବଂ ଅନ୍ୟତମ ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇଙ୍କୁ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିବା ନେଇ ଆଦେଶ ନାମା ଜାରି କରିଛନ୍ତି। ଏହି ଆଦେଶମାନେ ତୁରନ୍ତ ଲାଗୁ ହୋଇଛି । ଏହା ସହିତ ମଙ୍ଗଳବାରଠାରୁ ଏସ୍‌ପି ଶ୍ରୀ ମହାପାତ୍ର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଗସ୍ତ କରି ଥାନାରେ ହେଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସ୍ଥିତି ପରଖିଛନ୍ତି। ଆସନ୍ତା ଅଳ୍ପ ଦିନ ମଧ୍ୟରେ ଶ୍ରୀ ମହାପାତ୍ର ପୋଲିସ ଜିଲ୍ଲାରେ କିଛି ଆଖି ଦୃଶିଆ ନୂତନ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!