କାଳବୈଶାଖୀ ଯୋଗୁଁ ବିଶ୍ରା ଅଞ୍ଚଳରେ କ୍ଷୟକ୍ଷତି
1 min read
ସୋମବାର ଅପରା଼ହ୍ନ ପ୍ରାୟ ୪ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ହଠାତ୍ ପ୍ରବଳ ଝଡ଼ତୋଫାନରେ ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡିବା ଯୋଗୁ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା। ସେହିଭଳି ବିଶ୍ରା-ଯୋଡ଼ାବନ୍ଧ ମୁଖ୍ୟରାସ୍ତାରେ ଏକ ବଡ଼ ଦେବଦାରୁ ଗଛ ଉପୁଡ଼ି ପଡ଼ିଥିଲା।

ସେହିଭଳି ବିଶ୍ରାରୁ ଭାଲୁଲତା ଅଭିମୁଖେ ଯାଉଥିବା ଏକ କାର୍ ଉପରେ ଗଛ ପଡ଼ିବା କାରଣରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାର୍ରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏ ସମ୍ପର୍କରେ ସୂଚନାପାଇ ବିଶ୍ରା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ରାସ୍ତା ସଫା କରିଥିଲେ। ଏହି ସମୟରେ ବିଶ୍ରା-ଭାଲୁଲତା ମୁଖ୍ୟରାସ୍ତା ପ୍ରାୟ ଦେଢ଼ଘଣ୍ଟା ଜାମ୍ ହୋଇ ରହିଥିବା ଜଣାପଡ଼ିଛି