ରାଉରକେଲା ରେ ସରକାରୀ ଖୁଚୁରା ଦୋକାନ ସଂଘର ରାଜ୍ୟସ୍ତରୀୟ ବୈଠକ ଆୟୋଜିତ

1 min read
Spread the love

ଗତ ପ୍ରାୟ ଦୁଇବର୍ଷ ଧରି ରାଉରକେଲା ସରକାରୀ ଖୁସୁରା ଦୋକାନୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଉରକେଲା ସହରରେ ସଂଘର ରାଜ୍ୟସ୍ତରୀୟ ବୈଠକ ହନୁମାନ ବାଟିକାଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୋଟ ୧୨ଟି ପ୍ରସଙ୍ଗ ସମ୍ପର୍କରେ ଖୁଚୁରା ଦୋକାନୀମାନେ ଆଲୋଚନା କରିଥିଲେ। ବିଶେଷ କରି ଜାତୀୟ ଖାଦ୍ୟ ସୂରକ୍ଷା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୨୨ମାସର ବକେୟା ପାରିଶ୍ରାମିକ ନମିଳିବା, ଖୁଚୁରା ଦୋକାନୀମାନଙ୍କର ଲାଇସେନ୍ସ ନବୀକରଣ ଜନିତ ସମସ୍ୟାର ସମାଧାନ, ୨୦୧୯ ମସିହା ନିରାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଦ୍ୟୁତ ବଲ୍ବ ବଣ୍ଟନ ଜନିତ ପାରିଶ୍ରାମିକ ନମିଳିବା, ଖାଉଟି ସାମଗ୍ରୀ ଖୁଚୁରା ଦୋକାନୀମାନଙ୍କୁ ଦେବା ସମୟରେ ପ୍ରତି ବସ୍ତାରେ ଏକରୁ ଦୁଇ କୋଲୋ କମ୍‌ ରହିବା ଆଦି ଖୁଚୁରା ଦୋକାନୀମାନେ ବିନା ଦେୟରେ ଅନେକ ସରକାରୀ କାର୍ଯ୍ୟ କରିଆସୁଥିବା ନେଇ ଆଲୋଚନା ହୋଇଥିଲା।

ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଖୁଚୁରା ଦୋକାନୀ ସଂଘ ଦାବି କରିଛି। ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଂଘର ସଦସ୍ୟ ରଞ୍ଜିତ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଖୁଚୁରା ଦୋକାନୀ ସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଶ୍ବମ୍ବର ବସୁ ମୁଖ୍ୟ ଅତିଥି ଓ ରାଜ୍ୟ ସଭାପତି ନରେନ୍ଦ୍ର ଜେନା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ଏଥିରେ ସଂଘର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସଂଘ ଉପସଭାପତି ହରିହର ସାମଲ ସଂଘର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବିବରଣୀ ଦେଇଥିଲେ। ଏଥିରେ ସଂଘର ସ୍ଥାନୀୟ ଶାଖା ସଦସ୍ୟ ରଜତ ଚୌଧୁରୀ , କରୁଣାକର ପ୍ରହରାଜ , ଜୀବନ ଚୌହାନ , ଅର୍ଜୁନ ରଥ, ଶରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଏହି ବୈଠକରେ ସଂଘର ବିଭିନ୍ନ ଜିଲ୍ଲା ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!