ରାଉରକେଲାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୪୦ ୟୁନିଟ ରକ୍ତ ସଂଗ୍ରହ

1 min read
Spread the love

ରାଉରକେଲା ସହରର ପାନପୋଷ ସ୍ଥିତ ମଣି କଲୋନୀ ପରିସରରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପୁହାଣଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ନାୟକ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ମୂଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋଡ଼ର୍ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟର ରାଉରକେଲା ଯୁବ ବିଜେଡିର ସଭାପତି ସୁଶାନ୍ତ ରାଉତ, ମହିଳା ନେତ୍ରୀ ଜ୍ୟୋସ୍ନା ନାୟକ, ଜିଲ୍ଲା ଛାତ୍ର ସଭାପତି ରାଣା ପ୍ରତାପ ସିଂ, ପ୍ରକାଶ ଚନ୍ଦ୍ର ଧଳ, ଦୁଷ୍ମନ୍ତ ରାଉତରାୟ, ଵିକନ ବଳ , ବିରଞ୍ଚି ସାମଲ ଉପସ୍ଥିତ ରହି ରକ୍ତଦାତାଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରବଳ ଗରମ ଓ ତାତି ସତ୍ତ୍ବେ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ବିଧାୟକ ଶ୍ରୀ ନାୟକ ପ୍ରଶଂସା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟର ହେମନ୍ତ ସାହୁ, ଶିବ ଶଙ୍କର ସାମଲ, ଅଜିତ୍ ବାରିକ, ଆଲୋକ ବାରିକ, ସନ୍ତୋଷ ବାରିକ, ମନୋରଞ୍ଜନ ସାହୁ, ସୌମ୍ୟରଂଜନ ରାଉତ, ସ୍ମିତା ପୁହାଣ, ଅର୍ପିତା ଖୁଣ୍ଟିଆ, ସୃତି ପ୍ରତିହାରୀ, କୁଳମଣି ବାରିକ, ପଦ୍ମ ଲୋଚନ ତାର୍ଜନ ପ୍ରମୁଖ ଉପସ୍ଥିତ ରହି ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସାହାଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୂଚନା ମୁତାବକ ଗତ ଏକ ସପ୍ତାହ ମଧ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ ୟୁନିଟ ଅଧିକ ରକ୍ତ ସଂଗ୍ରହ କରି ରାଉରକେଲା ସରକାରୀ ହସ୍ପିଟାଲ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!