ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ : ଜଣେ ଅଭିଯୁକ୍ତ ଗିରଫ

1 min read
Spread the love

ରାଜଧାନୀ ଭୁବନେଶ୍ବରର ୟୁନିଟ ୮ରେ ଥିବା ଏକ ଘରୁ ରାଜ୍ୟ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍। ସୂଚନା ମୁତାବକ ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ। ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଏସଟିଏଫ୍ ଟିମ୍ ବ୍ରାଉନ ସୁଗାର ବ୍ୟାପାର କରୁଥିବା ଚିତ୍ତରଞ୍ଜନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚିତ୍ତରଞ୍ଜନର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି। ସେ ଭୁବନେଶ୍ବରରେ କାରବାର କରିଚାଲିଥିଲା । ସୂଚନା ମୁତାବକ ଏସଟିଏଫ୍ ଟିମ୍ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୬୯ କେଜି ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି। ଏହା ବ୍ୟତୀତ ୨୦୨ ଗ୍ରାମ କୋକେନ ଓ ୧୧୩ କ୍ବିଣ୍ଟାଲ ଗଞ୍ଜେଇ ଆଦି ଜବତ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!