କାଳ ବୈଶାଖୀ ବର୍ଷା ଯୋଗୁଁ ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

1 min read
Spread the love

ଗତ ପ୍ରାୟ ୪/୫ ଦିନ ଧରି ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଗରମ ତାପମାତ୍ରା ବୃଦ୍ଧି ଯୋଗୁଁ ସହରବାସୀ ସମସ୍ୟାରେ ଥିଲେ। ଏହି କ୍ରମରେ ଶୁକ୍ରବାର ସନ୍ଧ୍ୟା ପୂର୍ବରୁ କଳାହାଣ୍ଡିଆ ମେଘ ସହିତ ପବନ ଓ ଧୂଳିଅ ଝଡ଼ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା। ପବନ ଓ ଝଡ଼ ଅଳ୍ପ ସମୟ ପରେ କମି ଯାଇଥିଲେ ସୁଦ୍ଧା ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ବେଶ୍‌  କିଛି ସମୟ ପର୍ଯ୍ୟନ୍ତ ହୋଇଥିଲା। ଏହା ଫଳରେ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ଧୂଳି ଝଡ଼ ଓ ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଡ଼ ଭାଙ୍ଗିବା ଓ ଡାଳ ଆଦି ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରିଙ୍ଗ୍‌ରୋଡ୍‌ର ସେକ୍ଟର-୧୩ ମେଳନ ପଡ଼ିଆ ନିକଟରେ ଏକ ବଡ଼ ଗଛ ଭାଙ୍ଗି ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ପୋଲିସ ପିସିଆର୍‌ ଭ୍ୟାନ୍‌ କର୍ମୀମାନେ ଚିକିତ୍ସା ପାଇଁ ପଠାଇଥିଲେ। ସେହିଭଳି ଏହି ପବନ ସମୟରେ ଏକ ଦୁଇଚକିଆ ଗାଡ଼ିରେ ଯାଉଥିବା ଅନ୍ୟ ଦୁଇଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ ପବନ ଓ ଝଡ଼ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାତ୍ର ୮ଟା ପରେ ପରେ ବିଦ୍ୟୁତ ସରବରାହ ପର୍ଯ୍ୟକ୍ରମେ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଭାଙ୍ଗିଥିବା ଡାଳ ଓ ଗଛ ଆଦିକୁ ଅଗ୍ନିସମ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ସଫା କରିଛନ୍ତି।  

Leave a Reply

Your email address will not be published. Required fields are marked *

error: Content is protected !!