ନାମ ଫଳକରେ ଚାଲିଛି ମହାନଗର ନିଗମ ପକ୍ଷରୁ ସ୍ଥାପିତ ଜଳ ବିତରଣ କେନ୍ଦ୍ର

1 min read
Spread the love

ରାଉରକେଲାରେ ବିଶ୍ୱ କପ୍‌ ହକି ଆୟୋଜନ ପୂର୍ବରୁ ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହା ମଧ୍ୟରେ ଥିଲା ଉନ୍ନତମାନର ପାନୀୟ ଜଳ ବ୍ୟବସ୍ଥା। ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ – ୱାଟର କ୍ରାଫ୍ଟ ମାଧ୍ୟମରେ ସ୍ଥାପିତ ହୋଇଥିଲା ଏହି ବ୍ୟବସ୍ଥା। ଉଦ୍ଦେଶ୍ୟ ଥିଲା ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ସହରବାସୀ ଉନ୍ନତମାନର ଏବଂ ବିଶୁଦ୍ଧ ପାନୀୟ ଜଳ ମାଗଣାରେ ପାଇପାରିବେ। ଏଥିପାଇଁ ସୁଦୃଶ୍ୟ ନାମ ଫଳକ ସହିତ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିଲା ପାନୀୟ ଜଳ ବିତରଣ ବ୍ୟବସ୍ଥା। ଏହି କ୍ରମରେ ସହରର ଛେଣ୍ଡ୍‌ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟ ନିକଟରେ ଥିବା ସାପ୍ତାହିକ ପରିବା ହାଟରେ ସ୍ଥାପିତ ହୋଇଥିଲା ଏକ କେନ୍ଦ୍ର। ମାତ୍ର ଅଳ୍ପ କିଛିଦିନ ଏହି କେନ୍ଦ୍ରରୁ ପାନୀୟ ଜଳ ମିଳିବା ପରେ ଏହା ବନ୍ଦ ହୋଇଯାଇଛି। ସମ୍ପ୍ରତି ସହରରେ ତାମପାତ୍ରା ବୃଦ୍ଧି ସହିତ ପାନୀୟ ଜଳ ପାଇବା ପାଇଁ ଡହଳ ବିକଳ ହେଉଥିବା ସହରବାସୀ ଏହି ବିତରଣ କେନ୍ଦ୍ର ନିକଟକୁ ଆସି ପାଣି ପାଉଅ ନଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼କଥା ହେଉଛି ପ୍ରାୟ ଦୁଇମାସରୁ ଅଧିକ ଧରି ଏହି କେନ୍ଦ୍ରରୁ ପାଣି ବାହାରୁ ନଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପକ୍ଷରେ ଯଦି କୌଣସି କାରଣରୁ ଏହି କେନ୍ଦ୍ରରୁ ପାଣି ମିଳୁ ନାହିଁ ତେବେ ସେଠାରେ ପାଣି ମିଳୁ ନଥିବା ସୂଚନା ଦେବାର ଆବଶ୍ୟକତା ସମ୍ପର୍କରେ ମହାନଗର ନିଗମ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନଥିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।   

Leave a Reply

Your email address will not be published. Required fields are marked *

error: Content is protected !!