ଅଞ୍ଜୁମନ ଇସଲାହୁଲ ମୁସଲେମିନ୍ ପକ୍ଷରୁ ଯୁବ ପ୍ରଶାଶନିକ ଅଧିକାରୀ ଅନୁପ ଗର୍ଗଙ୍କୁ ସମ୍ବର୍ଦ୍ଧନା

1 min read
Spread the love


ରାଉରକେଲା ସହରର ମଦନି ହଲ୍‌ଠାରେ ଅଞ୍ଜୁମନ ଇସଲାହୁଲ ମୁସଲେମିନ୍ ସଙ୍ଗଠନ ପକ୍ଷରୁ ପକ୍ଷରୁ ଯୁବ ପ୍ରଶାଶନିକ ଅଧିକାରୀ ଅନୁପ ଗର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାର ପୁଅ ତଥା ୨୦୨୧ ବ୍ୟାଚ୍‌ର ଯୁବ ଆଇଏଏସ୍‌ ଅଧିକାରୀ ଅନୁପ ଗର୍ଗ ସମ୍ପ୍ରତି କେରଳ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି।

ତାଙ୍କର ରାଉରକେଲା ଗସ୍ତ ଅବସରରେ ତାଙ୍କୁ ଅଞ୍ଜୁମନ ଇସଲାହୁଲ ମୁସଲେମିନ୍ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଙ୍ଗଠନର ବରିଷ୍ଠ ସଦସ୍ୟ ୱାସିମ ଅଖତର୍‌, ସାଦୁଲ୍ଲା, ଆଫ୍ରୋଜ ଅହମଦ, ଖାଲିଦ ଅଜିଜ, ଆଲତାଫ ସକିଲ, ରଶିଦ ଇସଲାମ , ମହମ୍ମଦ ଇରସାଦ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ମଦ୍ରାସାର ପିଲାମାନଙ୍କୁ ଶ୍ରୀ ଗର୍ଗ ଉଦ୍‌ବୋଧନ ଦେଇ ତାଙ୍କ ସଫଳତାର କାହାଣୀ କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!